ଜୁଲାଇ ୧୭ରେ NEET ପରୀକ୍ଷା ଆରମ୍ଭ

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍ (ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ । ପରୀକ୍ଷା ଲାଗି ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀ https://neet.nic.in/ ମାଧ୍ୟମରେ ଆବେଦନ କରିପାରିବେ । ଏହା ମେ’ ୬ ତାରିଖ ଯାଏଁଁ ଚାଲିବ ।
ମେ ୭ ତାରିଖ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନଲାଇନରେ ଫି’ ଦାଖଲ କରିପାରିବେ । ଅନ୍ୟ କୌଣସି ମାଧ୍ୟମରେ ଆବେଦନକାରୀ କେବଳ ଗୋଟିଏ ଆବେଦନ କରିପାରିବେ । ତେଣୁ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଏନଟିଏ ୱେସାଇଟ୍ରେ ଥିବା ଇନଫରମେସନ୍ ବୁଲେଟିନକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଇଛି ।
ଆବେଦନପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍ ଆଇଡି, ମୋବାଇଲ ନମ୍ବର ଲେଖିବା ନିହାତି ଆବଶ୍ୟକ । ଦେଶର ୫୪୩ ସିଟ୍ ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା କରିବାକ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆବୁଧାବି, ବ୍ୟାଙ୍ଗକକ୍,କଲୋମ୍ବୋ, ଦେହା, ଦୁବାଇ, କାଠମାଣ୍ଡୁ. କ୍ୱାଲାଲୁମ୍ପୁର, କୁଏତ୍, ଲାଗୋସ୍, ମାନାମା, ମାସ୍କର୍ଟ, ରିୟାଦ୍ ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟାଲାମ୍, ମରାଠି, ପଞ୍ଜାବୀ, ତାମିଲ ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।