NEET-୨୦୨୨ : ପିଜି ପରୀକ୍ଷା ଘୁଞ୍ଚିବ ନାହିଁ ,ଆବେଦନ ଖାରଜ କଲେ ସୁପ୍ରୀମ୍‌କୋର୍ଟ

 ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ (NEET PG) 2022 ର ସ୍ଥଗିତ ରଖିବାକୁ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା । NEET-୨୦୨୨ ପିଜି ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏନେଇ ପୂର୍ବରୁ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇପାରିବ ନାହିଁ କାରଣ ଏହା ରୋଗୀଙ୍କ ଯତ୍ନ ଏବଂ ଡାକ୍ତରଙ୍କ ବୃତ୍ତି ଉପରେ ପ୍ରଭାବ ପକାଇବ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷାକୁ ବିଳମ୍ବ କଲେ ପ୍ରାୟ ୨ ଲକ୍ଷ ପିଲା ପ୍ରଭାବିତ ହେବେ। କାରଣ ସେମାନେ ପରୀକ୍ଷା ପାଇଁ ପଞ୍ଜିକରଣ କରିବା ସହ ଏନେଇ ପ୍ରସ୍ତୁତି କରିଛନ୍ତି। ରୋଗୀଙ୍କ ଯତ୍ନ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପରୀକ୍ଷା ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମେ ୨୧ ରେ କରାଯିବା ଉଚିତ୍ I ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ବର୍ତ୍ତମାନ ଏନଏମସି ଦ୍ୱାରା ଆଡମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି I ଆଡମିଟ୍ କାର୍ଡ ର ତାରିଖ ପ୍ରକାଶ ପାଇବା ପରେ ହେବା ପରେ ଛାତ୍ରମାନେ ନିଜର ସମସ୍ତ ବିବରଣୀ ଦେଇ ଅଫିସିଆଲ୍ ୱେବସାଇଟ୍ ରୁ ଏହାକୁ ଡାଉନଲୋଡ୍ କରିପାରିବେ I