ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନୀରଜ ଚୋପ୍ରା

ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଠାରେ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୩ ଆୟୋଜିତ ହେଉଛି । ଏହି କ୍ରମରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଏହାସହ ସେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି । ନୀରଜ ଚୋପ୍ରା ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଭଲା ଫୋପାଡି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି । କହିରଖୁ କି ଏହି ଚମ୍ପିଆନସିପରେ ଭାରତ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିପାରିନାହିଁ ।

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜତି ଦେଶପାଇଁ ଗୌରବ ଆଣିଥିଲେ ନୀରଜ ଚୋପ୍ରା । ଏବେ ତାଙ୍କର ନଜର ବିଶ୍ୱ ଚାମ୍ପିଅନସିପର ସ୍ୱର୍ଣ୍ଣପଦକ ଉପରେ ରହିଛି । ଗତବର୍ଷ ନୀରଜ ଚୋପ୍ରା ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଜିତିଥିଲେ । ଏବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ।

ନୀରଜ ଚୋପ୍ରା ୨୦୨୧ ମସିହାରେ ଟୋକିଓ ଠାରେ ଅନୁଷ୍ଠିତ ଅଲମ୍ପିକ୍ସ ଗେମ୍ସରେ ଇତିହାସ ରଚିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ । ସେତେବେଳେ ନୀରଜ ଚୋପ୍ରା ୮୭.୫୮ ମିଟର ଦୂର ପର୍ଯ୍ୟନ୍ତ ଜାଭଲିନ୍ ଫୋପାଡିପାରିଥିଲେ ।