NCC ସାର୍ଟିଫିକେଟ୍ ପରୀକ୍ଷା 2022: ପ୍ରଶ୍ନ ପତ୍ର ଲିକ୍ ହେତୁ NCC ର ‘C’ ସାର୍ଟିଫିକେଟ୍ ପାଇଁ ବାତିଲ ହୋଇଥିବା ପରୀକ୍ଷା ର , ନୂଆ ତାରିଖ କେବେ ଜାଣନ୍ତୁ

ପ୍ରଶ୍ନ ପତ୍ର ଲିକ୍ ହେତୁ ଏନସିସି ଗୃପ ‘ ସି’ ପରୀକ୍ଷା ବାତିଲ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ଏନସିସି ମୁଜାଫରପୁର ଗୃପ କମାଣ୍ଡର ବ୍ରିଗେଡିୟର୍ ନେଗି କହିଛନ୍ତି ଯେ ଏପ୍ରିଲ ୧୧ ରେ ପୁନର୍ବାର ପରୀକ୍ଷା କରାଯିବI
ଏନସିସି ଇତିହାସରେ ପ୍ରଥମ ଥର ପାଇଁ ପ୍ରଶ୍ନ ପତ୍ର ଲିକ୍ ହେତୁ ପରୀକ୍ଷା ସ୍ଥଗିତ ରଖାଯାଇଛି।

ସୂଚନାନୁସାରେ, ଏନସିସି ପରୀକ୍ଷାରେ ମୁଜାଫରପୁର, ଭାଗଲପୁର, ପାଟନା, ଗୟା ଏବଂ ହଜରିବାଗ ଏବଂ ବିହାର,ଝାଡ଼ଖଣ୍ଡ ର ରାଞ୍ଚି ଗୋଷ୍ଠୀର ୬ ହଜାରରୁ ଅଧିକ କ୍ୟାଡେଟ ଲିଖିତ ପରୀକ୍ଷାରେ ଦେବାକୁ ପ୍ରସ୍ତୁତ ହୋଇଥିଲେ I

ସୂଚନା ଅନୁଯାୟୀ, ମାର୍ଚ୍ଚ ୩୦ ରେ ମୁଜାଫରପୁରର ଏନଏସ କଲେଜରେ ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ମୁଜାଫରପୁରରେ ଦୁଇଜଣ ଏବଂ ଅନ୍ୟ ୩୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ପରିପ୍ରେକ୍ଷୀରେ, ଏନସିସି ମୁଜାଫରପୁର ଗ୍ରୁପର କମାଣ୍ଡର ବ୍ରିଗେଡିୟର୍ ନେଗି କହିଛନ୍ତି ଯେ ଏପ୍ରିଲ ୧୧ ରେ ପୁନର୍ବାର ପରୀକ୍ଷା କରାଯିବ। ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କ ନିକଟକୁ ମୋବାଇଲରେ ମେସେଜ୍ ପଠାଇବା କିମ୍ବା ଇ-ମେଲ୍ ଆଇଡିରେ ସୂଚନା ପଠାଇବା ଦ୍ୱାରା ଏନସିସି ଛାତ୍ରଛାତ୍ରୀଙ୍କୁ ଏହି ବିଷୟରେ ଶୀଘ୍ର ଅବଗତ କରାଯିବ I