ନବାବ ମଲିକ ଫୋପାଡିଲେ ‘ହାଇଡ୍ରୋଜେନ ବୋମା’

ମହାରାଷ୍ଟ୍ରରେ କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୀତି ଏ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉ ନାହିଁ I ଏହି ମାମଲାରେ ବର୍ତ୍ତମାନ ସମୀର ୱାଙ୍ଖେଡେ ଙ୍କ ଠାରୁ ଯାଇ ମହାରାଷ୍ଟ୍ର ର ଦୁଇ ନେତା ଙ୍କ ମଧ୍ୟରେ କାଦୁଅ ଫୋପଡ଼ା ଚାଲିଛି Iମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିରେ ଚୋରାଚାଲାଣ, ନକଲି ନୋଟ୍ ବ୍ୟବସାୟ ବିଷୟରେ ଆଲୋଚନା ହେଉଛି …ନବାବ ମଲିକ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କ ‘ଆଶୀର୍ବାଦ’ ଯୋଗୁଁ ମହାରାଷ୍ଟ୍ରରେ ଚୋରା ଚାଲାଣ ଏବଂ ନକଲି ନୋଟ ବ୍ୟବସାୟ ବଢି ଚାଲିଛି । ଏହାବାଦ ନବାବ ମଲିକ ସମୀର ୱାଙ୍ଖେଡେ ବିଷୟରେ ମଧ୍ୟ ବିଷୋଉଦ୍ଗାର କରିଛନ୍ତି I

ସୂଚାନୁସାରେ ଗତକାଲି ନବାବ ମଲିକ ‘ହାଇଡ୍ରୋଜେନ ବୋମା’ ପକାଇ ଫଡନାଭିସଙ୍କ ପ୍ରକୃତ ଗୁମର ଖୋଲିବେ କହିଥିଲେ। ଏହିକ୍ରମରେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି ଫଡନାଭିସଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭାଟି ସହ ଥିବା କଥା କହିଛନ୍ତି।
ନବାବ ମଲ୍ଲିକ ଙ୍କ ଅଭିଯୋଗ ଅନୁସାରେ , “୨୦୧୬ ମସିହା ନଭେମ୍ବର ୮ରେ ଯେତେବେଳେ ବିମୁଦ୍ରାକରଣ ଘୋଷଣା କରାଗଲା ସେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ନକଲି ନୋଟ ଜବତ ହୋଇଥିଲା। କିନ୍ତୁ ୮ ଅକଟୋବର ୨୦୧୭ ଯାଏ ମହାରାଷ୍ଟ୍ର ରୁ ଗୋଟିଏ ବି ଜାଲି ନୋଟ ମାମଲା ସାମ୍ନା କୁ ଆସି ନଥିଲା, କାରଣ ମହାରାଷ୍ଟ୍ରରେ ଫଡନାଭିସଙ୍କ ଜାଣତରେ ନକଲି ନୋଟ କାରବାର ଚାଲୁଥିବାରୁ ବିମୁଦ୍ରାକରଣ ବର୍ଷକ ଯାଏ ରାଜ୍ୟରେ ସେପରି କୌଣସି ଘଟଣା ସାମ୍ନାକୁ ଆସିଲାନି। କିନ୍ତୁ ଆଉ ଏକ ଘଟଣାରେ ୮ ଅକ୍ଟୋବର ୨୦୧୭ ରେ ହୋଇଥିବା ଛାପମାରି ରେ ୧୪ କୋଟି ୫୬ ଲକ୍ଷ ଜାଲି ନୋଟ ଧରାପଡିଥିଲା ଏବଂ ଏହି ଜାଲି ନୋଟ କାରବାର ରେ ଇମ୍ରାନ ଆଲାମ ଶେଖ ଓ ରିୟାଜ ଶେଖ ଧରାପଡ଼ିଥିଲେ I ପରେ କିନ୍ତୁ ଜବତ ଟଙ୍କାର ପରିମାଣ ୮ ଲକ୍ଷ ୮୦ ହଜାର ବୋଲି କୁହା ଯାଇଥିଲା I ସେ ଆହୁରି ଆରୋପ ଲାଗିଛନ୍ତି କି ଏହି ଜାଲି ନୋଟ କାରବାରରେ NIA କାହିଁକି ଯାଞ୍ଚ କଲା ନାହିଁ ଏବଂ ଏହା ଜଣI ମଧ୍ୟ ପଡିଲାନି କି ଏତେ ପରିମାଣରେ ନକଲି ଟଙ୍କା କୋଉଠୁ ଆସିଲା ବୋଲି I ତେବେ ପାକିସ୍ତାନରୁ ଏହି ନୋଟ ଆସୁଥିଲା,ଏବଂ ମାମଲାକୁ ଫଡନାଭିସ ଚାପି ଦେଇଥିଲେ। ଏହାପରେ ଅଭିଯୁକ୍ତଙ୍କୁ ତୁରନ୍ତ ବେଲ ମଧ୍ୟ ମିଳିଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।

ରାଜନୀତିକୁ ଦେବେନ୍ଦ୍ର ଫଡନାଭିସ ଅପରାଧିକରଣ କରିଛନ୍ତି ବୋଲି ମଧ୍ୟ ନବାବ ମଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ନାଗପୁରର କୁଖ୍ୟାତ ଅପରାଧୀ ମୁନା ଯାଦବଙ୍କୁ ଫଡନାଭିସଙ୍କ ସରକାର ସମୟରେ କନଷ୍ଟ୍ରକସନ ବଡିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ବାଂଲାଦେଶୀଙ୍କ ଚୋରା ଚାଲାଣ କରୁଥିବା ହାଇଦର ଆଜମଙ୍କୁ ଫଡନାଭିସ ମୌଲାନା ଆଜାଦ ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ କରିଥିଲେ।” ଥାନେରେ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ନିଯୁକ୍ତ ପୁଲିସ୍‌ ଅଧିକାରୀଙ୍କୁ ଅଣ୍ଡରୱାର୍ଲ୍ଡ ଡନମାନେ ଫୋନ କରନ୍ତି। ସବୁ କିଛି ସେମାନଙ୍କ ଇସାରାରେ ହୁଏ।”
ସେହିପରି ଆଉ ଏକ ଗମ୍ଭୀର ଆରୋପ ରେ “ରିୟାଚ ଭାଟି କଥI ଉଠାଯାଇଛନ୍ତି Iରିୟାଚ ଭାଟି ନକଲି ପାସପୋର୍ଟ ଓ ଦାଉଦ ଇବ୍ରହିମ ସହ ସମ୍ପର୍କ ରଖିଥିବା ଘଟଣାରେ ଧରାପଡ଼ିଥିଲା। ହେଲେ ୨ ଦିନରେ ଖଲାସ ହୋଇଗଲା। ସେ ଗୋଟିଏ କାର୍ଯ୍ୟକ୍ରମରେ ଫଡନାଭିସଙ୍କ ସହ ରହିଥିଲା। ଏକାଧିକ ବିଜେପି କାର୍ଯ୍ୟକ୍ରମରେ ମଧ୍ୟ ତା’କୁ ଦେଖିବାକୁ ମିଳିଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ଏସବୁ ଭିତରକୁ ଟାଣିବାକୁ ଚାହୁଁନୁ।

ଫଡନାଭିସ ରାଜ୍ୟରେ ନକଲି ନୋଟ ରାକେଟକୁ ଘଣ୍ଟା ଘୋଡ଼ାଇ ଚାଲିଥିଲେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ନବାବ ମଲିକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରି ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାର ଦୋଷୀମାନଙ୍କ ସହ ନବାବ ମଲିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କ ରହିଥିବା କହିଥିଲେ।

Comments (0)
Add Comment