ନବୀନଙ୍କୁ ଭେଟିଲେ ହାସ୍ୟାଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ନନ୍ଦିତା ଦାସ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ହାସ୍ୟାଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ନନ୍ଦିତା ଦାସ । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ ।ଗତ ପ୍ରାୟ ୧ ମାସରୁ ଅଧିକ ସମୟ ହେବ କପିଳ ଶର୍ମା ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱରରେ ରହି ଏକ ଚଚ୍ଚଚିତ୍ରର ସୁଟିଂ କରୁଛନ୍ତି । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ କପିଳ ଶର୍ମା ଜଣେ ଡେଲିଭରୀ ବୟ ଭୂମିକାରେ ନଜର ଆସିବେ I ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା । ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଫାଇଭ ଟି ସଚିବ ଭି.କେ ପାଣ୍ଡିୟାନ ଉପସ୍ଥିତ ଥିଲେ।