ଖୁବଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ନବୀନ ପଟ୍ଟନାୟକ

ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି । ନାମାଙ୍କନ ପାଇଁ ତୁରନ୍ତ ଆବଶ୍ୟକ କାଗଜପତ୍ର, ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏମିତିକି ପ୍ରସ୍ତାବକ ଓ ସମର୍ଥକ ହେବାକୁ ବିଧାୟକଙ୍କୁ ଡାକରା ଦିଆଯାଇଛି । କେବଳ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି ।
ସେ ଯେକୌଣସି ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ଆଶାୟୀଙ୍କ ସହ ପୂରା ଓଡ଼ିଶା ରାଜନୀତି ଅନେଇ ବସିଛି ନବୀନ ନିବାସକୁ ।.