ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ନବୀନ ନିବାସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସମର୍ଥକଙ୍କ ଭିଡ

ଭୁବନେଶ୍ବର: ଆଜି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ଆଜି ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେ ନବୀନ ନିବାସରୁ ବାହାରିବା ବେଳେ ପ୍ରବଳ ଜନସମାଗମ ହୋଇପଡିଥିଲା। ସେହିପରି ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। ଭାବ ବିହ୍ବଳ ମଧ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମର୍ଥକ। ଲଙ୍ଗ ଲିଭ ନବୀନ, ଜୟ ଜଗନ୍ନାଥ ପ୍ରଭଡତି ଧ୍ବନୀରେ ସମର୍ଥକମାନେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ସେ ଶିଘ୍ର ସୁସ୍ଥ ହୋଇ ଭୁବନେଶ୍ବର ଫେରିଆସିବେ ବୋଲି ଜଗନ୍ନାଥଙ୍କ ନିକଟରେ ସମର୍ଥକମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି।

Naveen Patnaik went to Mumbai for treatment