ଜାତୀୟ ମାନ୍ୟତା ପାଇଲା ବାଲିଯାତ୍ରା

ଭୁବନେଶ୍ୱର: ଜାତୀୟ ମାନ୍ୟତା ପାଇଲା କଟକ ଐତିହାସିକ ବାଲିଯାତ୍ରା । ରାଜ୍ୟସଭାରେ ଲିଖିତ ଉତ୍ତରରେ ଅବଗତ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୂର୍ବରୁ ଅନେକ ଥର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ଦାବି ହୋଇଆସୁଥିଲା । ଗତ ମଙ୍ଗଳବାର ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ଗୃହରେ ଦାବି କରିଥିଲେ । ଶେଷରେ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା । ଏସିଆ ମହାଦେଶର ସବୁଠାରୁ ବଡ଼ ମୁକ୍ତାକାଶ ବାଣିଜିକ୍ୟ ମେଳା ପରିଚିତ କଟକ ବାଲିଯାତ୍ରା । ଯାହାକି ପ୍ରାଚୀନକାଳରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ରାଷ୍ଟ୍ର ସହ ସମ୍ପର୍କକୁ ଦର୍ଶାଏ । ପ୍ରତିବର୍ଷ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥାଏ ଏହି ଐତିହାସିକ ବାଲିଯାତ୍ରା । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ସପ୍ତାହ ପର୍ୟ୍ୟନ୍ତ ଚାଲିଥାଏ । ବର୍ତ୍ତମାନ କିଛି ବର୍ଷ ହେଲା ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସରକାର ଏହାକୁ ୭ ଦିନ ପରିବର୍ତ୍ତେ ୮ ଦିନ କରୁଛନ୍ତି ।ଗତ ମଙ୍ଗଳବାର କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଗୃହରେ ଦାବି ଉଠାଇଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ସାଂସଦ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଥିଲେ, ‘ବାଲିଯାତ୍ରା ଏକ ଜାତୀୟ ମହୋତ୍ସବର ମହତ୍ତ୍ବ ଗ୍ରହଣ କରିଛି । ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଥିରେ ଅଶଂଗ୍ରହଣ କରି ଏହାକୁ ଏକ ବଡ଼ ମହୋତ୍ସବରେ ପରିଣତ କରିଛନ୍ତି ।’