ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ସୋନିଆଙ୍କୁ ପୁଣି ଜେରା କଲା ଇଡି

ନ୍ୟାଶନାଲ ହେରାଲ୍ଡ ମାମଲାରେ ଆଜି ସୋନିଆଙ୍କୁ ପୁଣି ଜେରା କରିବ ଇଡି I ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି । ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରIଙ୍କ ସହ ଦିନ ୧୧ ଟା ସମୟରେ ଏପିଜେ ଅବଦୁଲ କଲାମ ରୋଡରେ ଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସୋନିଆ ଗାନ୍ଧୀ ।
ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରା ଯାଉଛି । ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ୭୫ ବର୍ଷିୟ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ଏହି ସମୟରେ ସେ ୨୮ଟି ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି ।
ଜେରା ପାଇଁ ଆସୁଥିବାରୁ ଦିଲ୍ଲୀରେ ଥିବା ଇଡି ଅଫିସ ଚାରିପାଖରେ ବ୍ୟାରିକେଡ କରାଯାଇଛି। ସେହିପରି ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ସୋନିଆଙ୍କୁ ଜେରା କରାଯିବା ବେଳେ କଂଗ୍ରେସ କର୍ମୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ। ସେହିଭଳି ଆଜି ମଧ୍ୟ କଂଗ୍ରେସ ଦଳ ତରଫରୁ ଦେଶ ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି I