ଜାତୀୟ ଚଳଚ୍ଚିତ୍ର ପୁରସ୍କାର:ସ୍ବତନ୍ତ୍ର ସୂଚିତ ଶ୍ରେଣୀରେ ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, : 69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ଦିଲ୍ଲୀରେ ଏହି ସମ୍ମାନ ମାନ୍ୟତାର ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ ପ୍ରଦାନ କରିଛନ୍ତି ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡିଆ ସିନେମା ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ମିଳିଛି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଡ.ଶ୍ୱେତ କୁମାର ଦାଶ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି
ଡ. ଦାଶ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଏମସିରେ ଯୁଗ୍ମ କମିଶନର ଭାବେ କାର୍ଯ୍ଯରତ ଅଛନ୍ତି ଜାତୀୟ ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ଡ. ଦାଶ ନିକଟ ଅତୀତରେ କରୋନା ମୁକାବିଲା କାର୍ଯ୍ଯ ଅତି ଦକ୍ଷତାରେ ସହ ଗଞ୍ଜାମ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ଯ କରି ମୁଖ୍ଯ ଶାସନ ସଚିବଙ୍କ ଠାରୁ ପ୍ରଶଂସା ସାଉଣ୍ଟିଥିଲେ କରୋନା ସମୟରେ ଡ. ଦାଶଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି ସେ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’, ‘ସନ୍ନି’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସହିତ ରାଜ୍ଯ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ‘ମାସ୍କ’ ଚଳଚ୍ଚିତ୍ର ପାଇଁ ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉସତ୍ବରେ ପୁରସ୍କୃତ ହୋଇଛି
କୋଭିଡ ସମୟରେ ହସ୍ପିଟାଲରେ ଚିକିସତ୍ିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କରେ ଏକ ଚନ୍ତାଧାରାକୁ ଭିତ୍ତିକରି ‘ଦ ହିଲିଂ ଟଚ୍’ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଜଣେ ସ୍ବାମୀ କରୋନା ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡରେ ଚିକିସତ୍ିତ ହୁଅନ୍ତି ଡାକ୍ତର ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ନିକଟରେ ହାତ ଟେକି ଦିଅନ୍ତି ମାତ୍ର କରୋନାରେ ଆକ୍ରାନ୍ତ ଡାକ୍ତରଙ୍କ ମୋବାଇଲ ମାଗି ଶେଷଥର ପାଇଁ ତାଙ୍କ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାକୁ ଅନୁରୋଧ କରିଥିଲେ ଡାକ୍ତର ମଧ୍ୟ ନିଜ ମୋବାଇଲ ଦେଇ ଏହାକୁ ଅନୁଧ୍ୟାନ କରନ୍ତି ସେହି କିଛି ସମୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳାପ କିପରି ସ୍ବାମୀଙ୍କୁ କରୋନାରୁ ଆରୋଗ୍ଯ ସହ ମାନସିକସ୍ତରରେ ଶକ୍ତି ସାମର୍ଥ୍ଯ ଓ ସକାରାମତ୍କ ଚିନ୍ତାଧାରା ଜୁଟାଇ ଶେଷରେ ବଞ୍ଚାଇ ପାରିଛି ତାହା ହିଁ ଏହି ଚଳଚ୍ଚିତ୍ରର କାହାଣୀ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିଳ ମହାପାତ୍ରଙ୍କ ସୋସିଆଲ ଇମେଜ୍ ବ୍ଯାନରେ ନିର୍ମିତ ହୋଇଥିବା ବେଳେ ଡ. ଶ୍ୱେତ କୁମାର ଦାଶ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଏହି ଚଳଚ୍ଚିତ୍ରରେ ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢୀଙ୍କ ଚମକତ୍ାର ଅଭିନୟ ସହ କୁନାଲ ଅମ୍ବିକେଶ ହୋତାଙ୍କ ଡିଓପି ସହାୟତାରେ ଏହା ନିର୍ମିତ ହୋଇଛି