ଆଫଗାନିସ୍ତାନ ପରିସ୍ଥିତି କୁ ନେଇ ନରେନ୍ଦ୍ର ମୋଦିଙ୍କ ଜରୁରୀ ବୈଠକ

ତାଲିବାନ ମାନେ ଆଫଗାନିସ୍ତାନ ଦାଖଲ କଲା ପରେ ସେଠାକାର ପରିସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି I ଆଫଗାନିସ୍ତାନ ର ରାଜନୈତିକ ପରିବର୍ତ୍ତନ ଉପରେ ପୁରା ବିଶ୍ୱ ସମୁଦାୟ ନଜର ରଖିଛନ୍ତି I ସେହିପରି ଭାରତ ମଧ୍ୟ ନିଜର ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ କୁ ନେଇ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବେଳେ ଗତ କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ମିଳିତ ଭାବେ ଆଫଗାନରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।
ତାଲିବାନ ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିଥିବା ନେଇ ଘୋଷଣା କରିଥିଲା। ଏଥିସହ ପଞ୍ଜଶିର ଗଭର୍ଣ୍ଣର ହାଉସ ବାହାରେ ମଧ୍ୟ ତାଲିବାନ ବିଜୟ ପତାକା ଉଡ଼ାଇଥିଲା। ହେଲେ ପଞ୍ଜଶିରରେ ସକ୍ରିୟ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାର ଏହି ଦାବିକୁ ଖଣ୍ଡନ କରିଛି। ଏଥିସହ ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଥିବା କହିଛି।
ପଞ୍ଜଶିରକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଗତ କାଲି ମୋଦି ଜରୁରୀ ବୈଠକ ନିଜ ବାସଭବନରେ କରିଛନ୍ତି। ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ସେକଥା ଜଣାପଡ଼ିନି। କିନ୍ତୁ ଏବେ ବି ଆଫଗାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ତା’ ଉପରେ କଥାବାର୍ତ୍ତା ହୋଇଛି।
ଏଥିସହ ତାଲିବାନ ସହ ପାକିସ୍ତାନ ହାତ ମିଶାଇ ପଞ୍ଜଶିର ଉପରେ ହମଲା କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ଏବେ ତାଲିବାନ ସହାୟତାରେ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଆଜିର ବୈଠରେ ମୋଦି ଏନଏସଏ ଡୋଭାଲଙ୍କ ସହ ଉକ୍ତ ବିଷୟରେ କଥା ହୋଇଥିବା କୁହାଯାଇଛି।

Comments (0)
Add Comment