ନୂଆଦିଲ୍ଲୀ: ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ଏକ ପୁରୁଣା ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ଟିଏମସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିଜ ନାମାଙ୍କନ ପ୍ରତ୍ୟାହାର କରିବା ପରେ ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାର କିଛି ସମୟ ମଧ୍ୟରେ ଏହି ଗିରଫଦାରୀ ଘଟିଛି। ପଶ୍ଚିମବଙ୍ଗ ରାଜନୀତିରେ ନିରନ୍ତର ଅସ୍ଥିରତା ଲାଗିରହିଥିବା ବେଳେ ନିର୍ବାଚନ କମିଶନ ଟିଏମସିର ନାମ ଓ ଦଳୀୟ ପ୍ରତୀକକୁ ଫ୍ରିଜ୍ (ଅସ୍ଥାୟୀ ରଦ୍ଧ) କରିଦେଇଛନ୍ତି। ଏହାଦ୍ୱାରା ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଥିବା ବେଳେ ଦଳୀୟ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ପରିଣାମସ୍ୱରୂପ, ବଙ୍ଗଳାର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ।