ଆସନ୍ତା କଲି ଠାରୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ

ରାଜ୍ୟରେ ବଢୁଥିବା ଅମୀକ୍ରନ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଆସନ୍ତା କାଲିଠାରୁ ଆସନ୍ତା ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ I ବର୍ତ୍ତମାନ ନୂଆ ବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଗହଳି ଏଡ଼ାଇବା ପାଇଁ ୫ ଦିନ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି I ତେଣୁ ସଂକ୍ରମଣ କୁ ଅଧିକ ବ୍ୟାପିବା ରୁ ରୋକିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି Iନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ରାଜ୍ୟ ସରକାର ବଡ଼ଦିନ ଓ ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ। ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର ସିଧାସଳଖ ମନା କରିଛନ୍ତି। ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋ ନାଇଟ୍ ପାଳନକୁ ମନା କରାଯାଇଛିସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍ କରିବାକୁ ବାରଣ କରାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୂରା ଦେଶ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବେଶ କରିସାରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ ଵେଦେଷୁ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଇ ନିକଟରେ ସେ ୟୁ.ଏ.ଇ. ରୁ ଫେରିଥିବା ଜଣାପଡିଛି Iଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ୯ ରେ ପହଂଚିଛି I ଓମିକ୍ରନ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର I

Comments (0)
Add Comment