ଛତିଶଗଡ଼ : ପୁଣି ମାଓବାଦୀଙ୍କ ଜଘନ୍ୟ କାଣ୍ଡ I ଆଇଇଡି ବିସ୍ପୋରଣରେ ଆଡିଶନାଲ ଏସପି ସହିଦ୍ । ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଏଏସପି ଆକାଶ ରାଓ ଗିରିପୁଂଯେ ସହିଦ୍ ହୋଇଥିବା ସୂଚନା ମିଳିଛି । ସୁକମା ଜିଲ୍ଲାରେ କୁମ୍ବିଂ ଅପରେସନ ପାଇଁ ଏଏସପିଙ୍କ ସହିତ ଅନ୍ୟ ୨ ଅଧିକାରୀ ଯାଇଥିବାବେଳେ କୋଣ୍ଟା-ଏରାବୋର ରାସ୍ତାରେ ଘଟିଥିଲା ବିସ୍ଫୋରଣ ଇ ଏଥିରେ ୩ ପୋଲିସ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆକାଶ ରାଓଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ବର୍ତ୍ତମାନ ସେହି ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।