ରୋଡ଼ ରେଜ ମାମଲାରେ ନବଜୋତ୍ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

୩୪ ବର୍ଷ ତଳ ଘଟଣାର ଶୁଣାଣି କରି ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ୧୯୮୮ ମସିହାର ଏକ ରୋଡ଼ ରେଜ ମାମଲାରେ ସୁପ୍ରିମ କୋର୍ଟ ଏହି ରାୟ ଦେଇଥିବା ନେଇ ଜଣାଯାଇଛି । ପଟିଆଲାରେ ଗାଡି ପାର୍କିଙ୍ଗ କୁ ନେଇ ସିଦ୍ଧୁ ଏବଂ ଜଣେ ୬୫ ବର୍ଷର ବୃଦ୍ଧଙ୍କ ସହିତ ଉଚ୍ଚବାଚ ହୋଇଥିଲା I ସେହି ସମୟରେ ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ନେଇ ଅଭିଯୋଗ ଉଠିଥିଲା । ଏହାପରେ ସଂପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅପରପକ୍ଷରେ ସିଦ୍ଧୁ ହୃଦଘାତ କାରଣରୁ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ନେଇ ସଫେଇ ଦେଇଥିଲେ । ଏପରିକି ହସ୍ପିଟାଲ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହାପରେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ରାୟ ଦେଇଛନ୍ତି। କିଛି ବର୍ଷ ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ଆଶ୍ୱସ୍ଥିି ମିଳିଥିଲା। ତେବେ ଏହା ବିରୋଧରେ ପୀଡିତ ପକ୍ଷ କୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ।
ଭାରତୀୟ ଦଣ୍ଡ ସଂହିତାର ଧାରା ୩୨୩ ଅନୁସାରେ, ଯେଉଁ ବ୍ୟକ୍ତି ଜାଣିଶୁଣି କାହାକୁ ଆଘାତ ଦିଏ ତାଙ୍କୁ ସର୍ବାଧିକ ଗୋଟିଏ ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ଏହା ଅନୁଯାୟୀ ଦୋଷୀଙ୍କୁ ଗୋଟିଏ ବର୍ଷ କାରାବାସ କିମ୍ବା ହଜାରେ ଟଙ୍କା ଜରିମାନା କିମ୍ବା ଉଭୟ ଏକ ସଙ୍ଗେ ଦଣ୍ଡିତ କରାଯାଇ ପାରିବ I

ଘଟଣା ଘଟିବI ସମୟରେ ସିଦ୍ଧୁ ଜଣେ ଆନ୍ତର୍ଜରୀୟ କ୍ରିକେଟର ଥିଲେ I ଏହି ଘଟଣାରେ ତାଙ୍କ ବନ୍ଧୁ ରୁପିନ୍ଦରଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ ହୋଇଥିଲା ।