ଗାଁ ରାଜନୀତି ରେ ନବୀନ ହାୱା : ବିଜେଡି @୫୫୦

ଗତ ୨୪ ତାରିଖ ରାଜ୍ୟରେ ସରିଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ପାଇଁ ଆଜି ଦ୍ୱିତୀୟ ଦିନ ର ଭୋଟ୍ ଗଣତି ଚାଲିଛି । ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ RE ଭୋଟ୍ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ଆସି ନାହିଁ।ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଦୁଇଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳକୁ ମିଳିଛି ଆଉ ୨ଟି ଆସନ।
ଅନ୍ୟପକ୍ଷରେ ଦ୍ଵିତୀୟ ଦିନ ର ଭୋଟ ଗଣତି ର ଆଜି ସନ୍ଧ୍ୟା ୮ ତା ସୁଦ୍ଧା ୬୦୦ଟି ଆସନରେ ଗଣତି ଚାଲିଥିବା/ସରିଥିବା ବେଳେ ବିଜେଡି ୫୫୦ ଟିରେ ଆଗୁଆ/ବିଜୟୀ ରହିଛି। କିନ୍ତୁ ବିଜେପି ୩୧ ଓ କଂଗ୍ରେସ ୩୨ ଟି ଆସନରେ ଆଗୁଆ/ବିଜୟୀ ଅଛନ୍ତି। ଅନ୍ୟ ପ୍ରାର୍ଥୀ ୭ ଟିରେ ଆଗୁଆ/ବିଜୟୀ ଅଛନ୍ତି।