କୋରାପୁଟ: କୋଲାବ ଜଳଭଣ୍ଡାରରେ ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀର ଈଶ୍ଵର । ନବୋଦୟ ବିଦ୍ୟାଳୟର ଭୋପାଳ ସ୍ଥିତ ଆଞ୍ଚଳିକ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଦ୍ୟାଳୟର ଅଧକ୍ଷା ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ, ଶନିବାର କୋଲାବ ଜଳଭଣ୍ଡାରରେ ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ିଯାଇଥିଲେ । ସମସ୍ତେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ଥିଲେ l