ଗୁଇନ୍ଦାଗିରି ଅଭିଯୋଗରେ ସିଆରପିଏଫ ଯବାନ ଗିରଫ

ନୂଆଦିଲ୍ଲୀ: ଦେହରେ ବର୍ଦ୍ଦି ପିନ୍ଧି ଦେଶକୁ ସୁରକ୍ଷା ଦେବା ବଦଳରେ ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ଦେବାରେ ଲାଗିପଡ଼ିଥିଲେ ଯବାନ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସେ ଦେଶ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିଲେ। ରିପୋର୍ଟ ଅନୁସାରେ, ଯବାନ ଜଣକ ସୂଚନା ପଠାଇବା ପାଇଁ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ଏନଆଇଏ ବର୍ତ୍ତମାନ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି। ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ରିପୋର୍ଟ ଅନୁଯାୟୀ, ଯବାନ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ସହ ଜଡିତ ଗୁପ୍ତ ସୂଚନା ପଠାଇବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ମିଳିଥିଲା। ଗିରଫ ହେବା ପରେ, ସିଆରପିଏଫ ନିୟମ ଅନୁଯାୟୀ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୁକ୍ତ ପାକିସ୍ତାନରେ ବସିଥିବା ତାଙ୍କ ହ୍ୟାଣ୍ଡଲରମାନଙ୍କୁ ଅନେକ ସମ୍ବେଦନଶୀଳ ସୂଚନା ପଠାଇଥିଲା। ଅପରେସନ ସିନ୍ଦୂର ପରେ ଭାରତରେ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି। ତେବେ ଯବାନ ଜଣକ କେଉଁ ସବୁ ତଥ୍ୟ ପାକିସ୍ତାନକୁ ପଠାଇଛନ୍ତି ସେନେଇ ପଚରାଉଚୁରା ଆରମ୍ଭ ହୋଇଛି।ଏହି ଯବାନଙ୍କ ବାବଦରେ ଅନ୍ୟ କୌଣସି ତଥ୍ୟ ମିଳିନଥିଲେ ବି ସେ ଟଙ୍କା କେମିତି ପାଉଥିଲେ, ସେଥିପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଉଛି।