ଏକତରଫା ପ୍ରେମ ରୁ ହତ୍ୟାକାଣ୍ଡ : ପ୍ରେମିକାର ଗଳାକାଟି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା :ଦିନକୁ ଦିନ ଭୟଙ୍କର ରୂପ ନେଉଛି ପ୍ରେମ ଜନିତ ମୃତ୍ୟୁ I କେଉଁଠି ହତ୍ୟା କରାଯାଉଛି ତ କିଏ ପ୍ରେମରେ ଅସଫଳ ହୋଇ ଆତ୍ମହତ୍ୟା କରୁଛି I ସେହିଭଳି ଏକ ଘଟଣା ଘଟିଛି,ରାୟଗଡା ଟିକିରି ଥାନା ଅନ୍ତର୍ଗତ ଓଷାପଡା ଓ ମୁଣ୍ଡାଗାଁ ଗାଁରେ I ମିଳିଛି ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡୁବୁଡୁ ଶରୀର। ପ୍ରେମିକାକୁ ଗଳାକାଟି ହତ୍ୟା କରିବା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପ୍ରେମିକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏକତରଫା ପ୍ରେମରୁ ଏଭଳି ଘଟଣା ହୋଇଥିବା କୁହାଯାଉଛି। ଆଉ ଯାହାକୁ ନେଇ ସେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ତେବେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଯୁବକ । ଅଭିଯୁକ୍ତଙ୍କ ନାଁ ରସିକ ପ୍ରଧାନ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ତେବେ ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

CRIMEONE SIDE LOVE AND MURDERSUICIDE ATTEMPT LOVER