ସ୍ୱାମୀ ଓ ଶ୍ୱଶୁରଙ୍କୁ ହତ୍ୟାକଲେ ଦୁର୍ବୃତ୍ତ…

ରାୟଗଡା: ରାୟଗଡା ଜିଲ୍ଲାର ସାରିଗାଡା ଗ୍ରାମରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ | ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସୁମ ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ମୃତଦେହ। ହତ୍ୟାକାଣ୍ଡ କାରଣ ଅଷ୍ପଷ୍ଟ ରହିଛି। ସରପଞ୍ଚଙ୍କ ପରିବାର ଘରେ ଥିବାବେଳେ କିଛି ଲୋକ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସରପଞ୍ଚ ଜନିତ ଗମାଙ୍ଗ ଜିବନ ବିକଳରେ ଦୌଡି ପଳାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡିଛି ପୁଲିସ। ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ରାୟଗଡା, ପଦ୍ମପୁର ଓ ଗୁଣୁପୁର ପୁଲିସ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି।