ପୌର ନିର୍ବାଚନ : ଭୋଟ କେନ୍ଦ୍ର ଅଭିମୁଖେ ପୁଲିଂ ପାର୍ଟି

ଆସନ୍ତାକାଲି ୨୪-୦୩ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପୌର ନିର୍ବାଚନ । ରାଜ୍ୟର ୫୯ ଏନଏସି. ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ପୌର ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଆଜି ଅପରାହ୍ଣ ୫ଟା ସୁଦ୍ଧା ଇଭିଏମ୍ ଓ ପୋଲିଂ କର୍ମଚାରୀ ଯେପରି ପହଂଚିବେ ସେନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆଜି ପୋଲିଂ ପାର୍ଟି ମାନେ ନିର୍ଦ୍ଦିଷ୍ଟ ପୁଲିଂ ବୁଥ ଅଭିମୁଖେ ବାହାରିଗଲେଣି ଇସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଜୋର୍ସୋର ଆଗେଇ ଚାଲିଛି ।

ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି । ସେହିପରି ଜିଲ୍ଲାପାଳ ମାନଙ୍କୁ ପ୍ରତି ବୁଥରେ ଜଣେ ପ୍ରଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଫିସର ଓ ପୋଲିସ ଅଧିକାରୀ ମୁତୟନ କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର I