ପୌର ନିର୍ବାଚନ : ପ୍ରଚାର ରେ ଯାଇ ମନ୍ତ୍ରୀ ପ୍ରତାପ ଜେନା ହଟହଟ୍ଟା

ଆସନ୍ତା ୨୪ ତାରିଖ ହେବାକୁଥିବା ପୌର ନିର୍ବାଚନ ପାଇଁ ପ୍ରଚାର ମୈଦାନ ସରଗରମ ହେଲାଣି I ପ୍ରାର୍ଥୀ ମାନଙ୍କ ସହିତ ଦଳୀୟ ନେତାମାନେ ଘରକୁ ଘର ବୁଲି ପ୍ରଚାର ସହିତ ଭୋଟ ଭିକ୍ଷା କରୁଛନ୍ତି I ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ବର୍ଷ ବର୍ଷ ଧରି ଲୋକଙ୍କ ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ I ତେଣୁ ଅଧିକାଂଶ ସ୍ଥାନରେ ଜନ ଅସନ୍ତୋଷ ଦେଖାଦେଇଛି I ସେହିଭଳି ଫୁଲବାଣୀ ପୌର ପରିଷଦ ୮ ନମ୍ବର ୱାର୍ଡରେ ପ୍ରଚାର କରୁଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏପରି ସ୍ଥିତିରେ ଉକ୍ତ ୱାର୍ଡ ରେ ବିଭିନ୍ନ ସମସ୍ୟା କୁ ନେଇ ମନ୍ତ୍ରୀ ଙ୍କୁ ଘେରିଛନ୍ତି ସ୍ଥାନୀୟ ଲୋକେ I ୱାର୍ଡରେ ଡ୍ରେନେଜ ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା ୧୦ ବର୍ଷ ହେବ ରହିଛି । ଏସବୁ ଜାଣିସୁଦ୍ଧା ବିଜେଡି ଚେୟାରମ୍ୟାନ ଏବଂ କାଉନସିଲର କୌଣସି ପଦକ୍ଷେପ ନେଇନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ଆଇନ ମନ୍ତ୍ରୀ ସଭା କରି ଭାଷଣ ଦେବା ସମୟରେ ସ୍ଥାନୀୟ ବାସିନ୍ଦା ହୋ ହାଲ୍ଲା କରି କହିଛନ୍ତି, ଆମେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ। ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନାହାନ୍ତି। ପୁଣି ଥରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲେ ସେମାନେ କ’ଣ କରିବେ? ତେବେ ଏ ବିଷୟରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଗାଁ ଲୋକଙ୍କ ସମସ୍ୟାର ସମାଧାନ ହେବ, ଆମେ ଆବଶ୍ୟକ ପଦକ୍ଷେପ ନେବୁ।