କେନ୍ଦୁଝର ରେ ପୌର ନିର୍ବାଚନୀ ହିଂସା : ୩ ଗୁରୁତର

ଗତକାଲି ନିର୍ଦ୍ଧାରିତ ସମୟରେ ସରିଛି ପୌର ପ୍ରଚାର I ଏହାପରେ ପ୍ରାର୍ଥୀଙ୍କ ଅନ୍ଧାରି ବିଜେ ସମୟରେ ଟଙ୍କା ବଣ୍ଟା କୁ ନେଇ କେନ୍ଦୁଝର ପୌର ପାଳିକାରେ ଦେଖାଦେଇଛି ନିର୍ବାଚନୀ ହିଂସା I ଭୋଟ ପାଇଁ ବିଜେଡି କର୍ମୀ ମାନଙ୍କ ଟଙ୍କା ବଂଟାକୁ ବିଜେପି ସମର୍ଥକ ବିରୋଧ କରିବାରୁ ବିଜେଡି କର୍ମୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କେନ୍ଦୁଝର ଟାଉନ ଥାନା ଅଟୋପୁରରେ ବିଜେଡି କର୍ମୀ ଟଙ୍କା ବାଂଟୁଥିଲେ । ଏହା ସହିତ ଭୋଟ ପାଇଁ ଟଙ୍କା ନିଅ ନହେଲେ ମାଡ ଖାଅ ବୋଲି କହିଥିଲେ । ନହେଲେ ଘର ପୋଡି ଦବୁ ବୋଲି ଧମକ ଦେଇଥିଲେ । ଏନେଇ ସଂପୃକ୍ତ ବିଜେପି ପରିବାର ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପୁଣି ସନ୍ଧ୍ୟରେ ବିଜେଡି କର୍ମୀ ଠେଙ୍ଗାବାଡି ଧରି ସେହି ପରିବାର ଲୋକଙ୍କୁ ମାଡ ମାରିଥିଲେ । ଆକ୍ରମଣରେ ତିନି ଜଣ ମହିଳା ଓ ଜଣେ ଯୁବକ ଆହତ ହୋଇଛନ୍ତି । ଜଣେ ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ମହିଳାଙ୍କ ମୁଣ୍ଡରେ ୬ଟି ଷ୍ଟିଚ ପଡିଥିବା ସୂଚନା ମିଳିଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବିଜେଡି କର୍ମୀ ହିଂସାକାଣ୍ଡ ଭିଆଉଥିବା ବିଜେପି ଅଭିଯୋଗ କରିଛି ।