ମୁନ୍ଦ୍ରା ବନ୍ଦର ଡ୍ରଗ୍ସ ମାମଲା : ୨୦ ଟି ସ୍ଥାନରେ ଚଢ଼ାଉ କରି ଦିଲ୍ଲୀର ବ୍ୟବସାୟୀଙ୍କ ସମେତ ୨ ଜଣଙ୍କୁ ଗିରଫ କଲା ଏନଆଇଏ

ଗୁଜୁରାଟ ମୁନ୍ଦ୍ରା ପୋର୍ଟରେ ୨୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହେବା ଘଟଣାରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ। ଗିରଫ ବ୍ୟବସାୟୀ ହେଲେ କବୀର ତଲୱାର। ସେ ୩ ନାଇଟ କ୍ଲବ- ଦି ହ୍ୱାଇଟ୍, ଜଜ୍‌ବା ଏବଂ ଆର୍‌ଏସ୍‌ଭିପିର ମାଲିକ ବୋଲି ଜଣାପଡ଼ିଛି। କବୀରଙ୍କ ସହ ଅନ୍ୟ ଜଣେ ବ୍ୟବସାୟୀ ପ୍ରିନ୍ସ ଶର୍ମାକୁ ମଧ୍ୟ ଏନ୍‌ଆଇଏ ଗିରଫ କରିଥିବା ସୂଚନା ମିଳିଛି।

ଏନ୍‌ଆଇଏର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କବୀର ତଲୱାରଙ୍କୁ ଯାହାଙ୍କୁ ହରପ୍ରୀତ ତଲୱାର ନାମରେ ଜାଣନ୍ତି ସେ ଡ୍ରଗ୍ସ ବ୍ୟବସାୟରେ ଭାରତ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଡ୍ରଗ୍ସ ଆଣି ଦେଶର ବିଭିନ୍ନ ଡ୍ରଗ୍ସ ଡିଲରଙ୍କୁ ବିକୁଥିଲା। ତା ବଦଳରେ ଯେଉଁ ଟଙ୍କା ମିଳୁଥିଲା ସେ ତାକୁ ଛଦ୍ମ ନାମରେ ଆଫଗାନିସ୍ତାନ ପଠାଉଥିଲା। ଆଉ ଏହି ଟଙ୍କା ପରେ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣରେ ଲାଗୁଥିଲା ବୋଲି NIA ସୂତ୍ରରୁ ଜଣାପଡ଼ିଛି।

ଜଣେ ଏନ୍‌ଆଇଏ ଅଫିସରଙ୍କ ସୂଚନା ଅନୁସାରେ “ ଗିରଫ ହୋଇଥିବା ବ୍ୟକ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ନେଟୱର୍କରେ ସାମିଲ ଥିଲା। ଆଫଗାନିସ୍ତାନରୁ ଆସୁଥିବା ବଡ଼ ଆକାରରେ ବ୍ରାଉନସୁଗାର କାରବାରରେ ଲିପ୍ତ ଥିଲା। କମର୍ଶିଆଲ୍ କ୍ୱାଣ୍ଟିଟିରେ ବ୍ରାଉନସୁଗାର ଆଣିବା ପାଇଁ ସେମି ପ୍ରୋସିଡ୍ ଟାଲ୍କ, କୋଇଲା ଆଦି ଆସୁଥିବା ଜାହାଜରେ ଏସବୁକୁ ଲୁଚାଇ ଅଣାଯାଇଥିଲା।”

Mundra port drug bustNIA ARRESTED 2