ମହାରାଷ୍ଟ୍ର : ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ । ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ । ଠାଣେରୁ ରାୟଗଡ଼ ଯାଏ ଜାରି ହୋଇଛି ରେଡ ଆଲର୍ଟ । ଦାଦର, ପରେଲ, କୁର୍ଲାର ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସଡ଼କ, ରେଳ ଓ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ବର୍ଷା ଯୋଗୁଁ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏକ ଭୂତଳ ମେଟ୍ରୋ ଷ୍ଟେସନ୍ ବର୍ଷା ଜଳରେ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ୨୫୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି । କୁର୍ଲା, ସିଓନ୍, ଦାଦର ଓ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଥିବାବେଳେ ଜଳମୟ ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩.୫ ମିମି ବର୍ଷା ହୋଇଛି। ସହରର ୬ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।