ଗୋଷ୍ଠୀ କନ୍ଦଳ ଯୋଗୁଁ କାବୁଲ ଛାଡିଲେ ମୁଲ୍ଲା ବରାଦର

ତାଲିବାନ ସରକାର ଗଠନ ହେବାପରେ ହକ୍କାନୀ ଗୋଷ୍ଠୀ ଙ୍କ ସହିତ ମତଭେଦ ହେବାରୁ ତାଲିବାନ ସରକାର ରେ ବିବାଦ ହେଲାଣି I ଏହା ଯୋଗୁଁ ତାଲିବାନ ର ଡେପୁଟି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ପାଇଥିବା ମୁଲ୍ଲା ଅବଦୁଲ ଘନି ବରାଦର କାବୁଲ ଛାଡି ଦେଇଥିବା ସୂଚନା ମିଳିଛି। ତାଲିବାନର ଜଣେ ବରିଷ୍ଠ ନେତା ବିସିସିକୁ ସୂଚନା ଦେଇଛନ୍ତି କି ବାରାଦର ଏବଂ ଖଲିଲ-ଉର-ରେହମାନ ହକ୍କାନୀଙ୍କ ର କ୍ଷମତା କୁ ନେଇ ବିବାଦ ଉପୁଜିଛି Iହକ୍କାନୀ ଗୋଷ୍ଠୀ ନିଜକୁ ତାଲିବାନର ସବୁଠାରୁ ବଡ ଯୁଦ୍ଧ ଅସ୍ତ୍ରାଗାର କହୁଥିବାବେଳେ ବାରଦରଙ୍କ ଦଳ ତାଙ୍କର କୂଟନୈତିକ ନୀତି ଯୋଗୁଁ ଆଫଗାନିସ୍ତାନରେ ତାଲିବାନକୁ ସତ୍ତା ମିଳିଛି ବୋଲି କହୁଛି । କିନ୍ତୁ ହକ୍କାନୀ ନେଟୱାର୍କ ବିଶ୍ୱାସ କରୁଛି ଯେ, ଯୁଦ୍ଧ ମାଧ୍ୟମରେ ସେ ଆଫଗାନିସ୍ତକୁ ହାସଲ କରିଛି।

ରିପୋର୍ଟ ମୁତାବକ ଗତ ସପ୍ତାହରେ କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା। ଏହାବରେ ବରାଦର କାବୁଲ ଛାଡି ଦେଇଥିବା ଜଣାପଡିଛି।
ଅଗଷ୍ଟ ୧୫ରେ ତାଲିବାନ ଦ୍ୱାରା କାବୁଲକୁ କାବୁ କରାଯିବା ପରଠାରୁ ନେତୃତ୍ୱ ଏବଂ ସରକାର ଗଠନକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନରେ ବରାଦର ଅସନ୍ତୁଷ୍ଟ ଥିଲେ। ତାଲିବାନର ରଜନୈତିକ ୱିଙ୍ଗ୍ ସରକାରରେ ହକ୍କାନୀ ଗୋଷ୍ଠୀ କୁ ପ୍ରାଧାନ୍ୟ ଦେବାକୁ ନେଇ ବିରୋଧ ଜାରି ରହିଛି।
କାନ୍ଦାହାର ପ୍ରଦେଶରୁ ଆସୁଥିବା ତାଲିବାନ ନେତା ଏବଂ ଉତ୍ତର ପୂର୍ବ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କ ମଧ୍ୟରେ ମତଭେଦ ରହିଛି। କାନ୍ଦାହାରକୁ ତାଲିବାନର ଗଡ଼ ବୋଲି ବିଶ୍ୱାସ କରାଯାଉଛି। ଏପରି ସ୍ଥିତିରେ, ସେଠାରେ ଥିବା ନେତାମାନେ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଡିମାଣ୍ଡ କରୁଛନ୍ତି।
ଗତ କିଛି ଦିନ ହେବ ବରାଦର ସର୍ବସାଧାରଣକୁ ଆସୁନଥିଲା। ଏହାପରେ ଗୁଳି ବିନିମୟରେ ସେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପରେ ସେ ମୃତ୍ୟୁବରଣ କରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏହାରି ଭିତରେ ସୋମବାର ଏକ ଅଡିଓ ରିଲିଜ୍ କରି ବରାଦର ଜୀବିତ ଥିବା ଏବଂ ସୁରକ୍ଷିତ ଥିବା ଜଣାଇଥିଲା।

Comments (0)
Add Comment