ମୁକୁଲ ରୋହତଗୀ ହେବେ ଦେଶର ପରବର୍ତୀ ଆଟର୍ଣ୍ଣି ଜେନେରାଲ

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ହେବେ ଦେଶର ପରବର୍ତୀ ଆଟର୍ଣ୍ଣି ଜେନେରାଲ୍ । ସେ ଦ୍ଵିତୀୟ ଥର ପାଇଁ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି।ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁକୁଲ ରୋହତଗି ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ।

ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ କାର୍ଯ୍ୟଭାର ସମ୍ଭାଳିବେ। ବେଣୁଗୋପାଳଙ୍କ କାର୍ୟ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେବ। ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବାକୁ କହିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ। ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି। କେ.କେ ଭେନୁଗୋପାଳଙ୍କ କାର୍ଯ୍ୟକାଳରେ ତିନିଥର ଏକ୍ସଟେନ୍ସନ୍ ପାଇଛନ୍ତି। ୨୦୨୦ରେ ଭେନୁ ଗୋପଳଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ଏହି ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସରକାର ଦୁଇ ବର୍ଷ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ। ଚଳିତ ବର୍ଷ ଜୁନରେ ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ୨୦୧୭ରେ ରୋହତଗୀ ଏଜି ପଦ ଛାଡିବା ପରେ ମଧ୍ୟ ଧାରା ୩୭୦ ରଦ୍ଦ ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଭାରତର ଜଣେ ହାଇ ପ୍ରୋଫାଇଲ୍ ଓକିଲ ରୋହତଗି ଗୁଜୁରାଟ ଦଙ୍ଗା ଭଳି ଅନେକ ବଡ ମାମଲା ସହ ଲଢିଛନ୍ତି।

Mukul Rohatginext Attorney General for India