ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଉଦ୍ଧାର କରି ମେଡିକାଲ ପଠାଇ,ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୁତ ସାଜିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ଗୁର୍ଜିଭଟା ଛକ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତି ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ସମୟରେ ମନ୍ତ୍ରୀ ନିଜ ଗାଡ଼ିକି ଅଟକାଇଥିଲେ । ସେହି ସ୍ଥାନରେ ଉପସ୍ଥିତ ରହି ଆମ୍ବୁଲାସ ସହ ଯୋଗାଯୋଗ କରି ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । ଏହି ଘଟଣା ପରେ ମନ୍ତ୍ରୀ ଡଃ ମହାଲିଙ୍ଗ ଜନସାଧାରଣଙ୍କୁ ଏକ ନିବେଦନ କରିଛନ୍ତି ଯେ ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ସହଯୋଗ କରିବା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ ଦାୟିତ୍ୱ। କୌଣସି ପ୍ରକାର ଭୟ ନକରି ସଠିକ୍ ସମୟରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବା ଠାରୁ ବଡ଼ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ।ମନ୍ତ୍ରୀ ମହୋଦୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।