ଆମେରିକୀୟ ପତ୍ରିକା ‘ଟାଇମ’ରେ ସ୍ଥାନ ପାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ

ମୁମ୍ବାଇ : ଭାରତର ଦିଗ୍ଗଜ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ଆଉ ଏକ ସଫଳତା ମିଳିଛି। ପ୍ରତିଷ୍ଠିତ ଆମେରିକୀୟ ପତ୍ରିକା ‘ଟାଇମ’ ରେ ବିଶ୍ୱର ସେହି ୧୦୦ ଜଣ ବ୍ୟକ୍ତିତ୍ୱଙ୍କୁ ସ୍ଥାନିତ କରାଯାଉଛି ଯେଉଁମାନେ ପରୋପକାର କ୍ଷେତ୍ରରେ ଭବିଷ୍ୟତକୁ ଆକାର ଦେଉଛନ୍ତି। ଆମେରିକା ତାର ପ୍ରଥମ ‘ଟାଇମ ୧୦୦ ଫିଲାନଥ୍ରୋପି ୨୦୨୫’ ସୂଚୀରେ ଏହି ଦମ୍ପତ୍ତିଙ୍କୁ ସାମିଲ କରିଛି। ଗୌରବଶାଳୀ ସୂଚୀରେ ଅମ୍ବାନୀ ଦମ୍ପତ୍ତି ସାମିଲ ହାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ ୨୦୨୪ ମସିହାରେ ସମାଜର ଉନ୍ନତି ପାଇଁ ୪୦୭ କୋଟି ଟଙ୍କା ଅର୍ଥାତ ୪୮ ମିଲିୟନ ଡଲାର ଦାନ କରିଛନ୍ତି। ଏହି ଦାନ ନା କେବଳ ସେମାନଙ୍କୁ ଭାରତର ଶ୍ରେଷ୍ଠ ଦାନଦାତାଙ୍କ ସୂଚୀରେ ସାମିଲ କରିଛି ବରଂ ବୈଶ୍ୱିକ ସ୍ତରରେ ପରୋପକାର କ୍ଷେତ୍ରରେ ସେମାନଙ୍କୁ ଅଗ୍ରୀମ ଧାଡିରେ ଛିଡା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଗ୍ରାମ୍ୟ ବିକାଶ, କ୍ରିଡା ଓ ବିପର୍ଯ୍ୟୟ ପ୍ରବନ୍ଧନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛି। ‘ଟାଇମ ୧୦୦ ଫିଲାନଥ୍ରୋପି ୨୦୨୫’ରେ ଅମ୍ବାନୀ ଦମ୍ପତ୍ତିଙ୍କ ଉପସ୍ଥିତି ଏହା ପ୍ରମାଣ କରୁଛି ଯେ ଭାରତୀୟ ପରୋପକାର କେବଳ ଜାତୀୟ ସୀମା ମଧ୍ୟରେ ସୀମିତ ନ ରହି ବୈଶ୍ୱିକ ପ୍ରଭାବ ମଧ୍ୟ ପକାଉଛି। ସେମାନଙ୍କର ଏହି କାର୍ଯ୍ୟ ଆଗାମୀ ସମୟରେ ସାମାଜିକ ପରିବର୍ତ୍ତନ ଦିଗରେ ପ୍ରେରଣାର ସ୍ରୋତ ହୋଇ ରହିବ। ‘ଟାଇମ ୧୦୦ ଫିଲାନଥ୍ରୋପି’ ରେ ଅମ୍ବାନୀ ଦମ୍ପତ୍ତିଙ୍କୁ ସ୍ଥାନ ମିଳିବା ଭାରତର ପରୋପକାରୀ ଛବିକୁ ଏକ ନୂଆ ପରିଚୟ ଦେଇଛି ।