ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡ ସାଂସଦଙ୍କ ସେଲ୍ଫି

ସାଂସଦଙ୍କ ସେଲ୍ଫି । ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍ଫି ନେଲେ ଅପରାଜିତା । ସୋଶିଆଲ ମିଡ଼ିଆ ଟ୍ରେଣ୍ଡରେ ଏବେ ପୋଷ୍ଟ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ପୋଷ୍ଟ ଏବେ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡ ହେବାରେ ଲାଗିଛି । ଆଉ ତାଙ୍କର ସେହି ପୋଷ୍ଟ ଟି ହେଉଛି ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି । , ଆଉ ସେହି ସେଲଫିକୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ଆଇଡିକୁ ଟ୍ୟାଗ୍ କରି ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ବିଜେପି ମୁଖ୍ୟାଳୟରେ ସେଲଫିଟିଏ ପାଇଁ କହିଲି , ଆଊ ସେ କହିଲେ ଷଢ଼ଙ୍ଗ୍‌ୀ ଜୟ ଜଗନ୍ନାଥ । ତାପରେ ଆମେ ସେଲଫି ନେଲୁ । ମୋତେ ବହୁତ ଭଲ ଲାଗିଲା । ଆଉ ମୁଁ ନିଜକୁ ଗର୍ବିତ ମନେକଲି । – ତାଙ୍କ ସହ ଯେତେବେଳେ ଦେଖା ହେଲା ମୋ ମନରେ ସେଇ ଭାବନା ହିଁ ଆସେ ।

ମୋ ନେତା ଯେମିତି ମୁଁ ହେବା ପାଇଁ ଚାହେଁ ଠିକ୍ ସେହି ପରି । ଏଇଟା ମୋର ପରମ ସୌଭାଗ୍ୟ । ସେ ହେଉଛନ୍ତି ମୋ ପଥପଅଦର୍ଶକ । ଜୀବନର ସାମୁଦ୍ରିକ ଝଡ଼ରେ ସେ ବତିଘର ସଦୃଶ । ଆଉ ଏହି ପୋଷ୍ଟରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓ ସାଂସଦଙ୍କୁ ନିଜର ସମର୍ଥକ ମାନେ ଶୁଭେଛା ଜଣାଇଛନ୍ତି । କିନ୍ତ ଏହି ପୋଷ୍ଟରେ ଏଭଳି ମନ୍ତବ୍ୟ ମଧ୍ୟ ଆସିଛି ଯାହା ସାଂସଦ ଅପରାଜିତାଙ୍କୁ କଟାକ୍ଷ କରିଲା ଭଳି ମନେ ହେଉଛି । ଜଣେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆଇଏଏସ୍ ଛାଡ଼ି ସାଂସଦ ବନିଥିବା ମହିଳା ଯେତେଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସେତେଥର ଯେ ଉଲ୍ଲସିତ ହେବେ , ୟାର କିଛି ମାନେ ନାହିଁ । ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ବି ଆପଣ ଏମିତି ଭଗବାନଙ୍କ ଆଶ୍ରୀବାଦ ବୋଲି ଭାବନ୍ତିନା ବୋଲି ପ୍ରଶ୍ନ କରିଛନ୍ତି ।

ଆପଣ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେବାକୁ ବ୍ୟାକୁଳ ହେବା ଗୋଟିଏ ଅସଙ୍ଗତିକୁ ଧରାପକାଇ ଦେଉଛି । ପ୍ରଧାନମନ୍ତ୍ରୀ ତାଙ୍କ ଦଳର ସାଂସଦ ମାନଙ୍କ ପାଇଁ ମଧ୍ୟ ସହଜରେ ଉପଲବ୍ଧ ନୁହଁନ୍ତି । ସେହିପରି ଅପରାଜିତାଙ୍କ ଆଉ ଜଣେ ପ୍ରଶଂସକ ସମରେନ୍ଦ୍ର ମହାନ୍ତି ନିଜ ଆଇଡ଼ିରୁ ଦେଇଥିବା ପ୍ରତିକ୍ରିୟାରେ ଲେଖିଛନ୍ତି , ମ୍ୟାମ ନିଜ ବସ୍‌ଙ୍କୁ ଖୁସି କରିବା ପାଇଁ ଆପଣ ସେହିପରି ପୋଷ୍ଟ ମାନ କରନ୍ତୁନି । ଆପଣ ତାଙ୍କଠୁ ବହୁତ ଭଲ ଲୋକ । ସିଏ ଦଳକୁ ନେତୃତ୍ୱ ଦେଉଥିବା ଯାଏ ତାଙ୍କୁ ଖୁସି ତକରିବାକୁ ହେବ । କିନ୍ତୁ ତାହା ବୋଲି କଶ ତାଙ୍କ ଖରାପ ଗୁଣ ଗୁଡ଼ିକୁ ଗ୍ରହଣ କରିବା ବୋଲି କରିଛନ୍ତି ପ୍ରଶ୍ନ ? ଆଉ ଏବେ ତାଙ୍କର ଏହି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅପରାଜିତା