ନୀଳଗିରି: ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି ।
ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ପୋଲିସକୁ ଅବଗତ କରାଯାଉଛି , ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଫଳରେ ଏମାନେ ନିର୍ଭୟରେ ଏସବୁ କାରବାର କରୁଛନ୍ତି ।
କିନ୍ତୁ ଗତକାଲି ଏମିତି କିଛି ଖବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ କାନରେ ପଡିଥିଲା । ଗତକାଲି ସେ ନିଜ ଗାଁକୁ ଫରିବା ବେଳେ ଉକ୍ତ ସ୍ଥାନକୁ ଯାଇଥିଲେ । ସାଂସଦଙ୍କୁ ଦେଖି ଉଭୟ ମଦ ବେପାରୀ ଓ ଗ୍ରାହକ ଛତ୍ରଭଙ୍ଗ ଦେଇଥିଲେ । ହେଲେ କିଛି ଲୋକ ଯାଇନପାରି ଧରାପଡିଯାଇଥିଲେ । ଫଳରେ ସେମାନଙ୍କୁ ସାଂସଦ ତାଗିଦ୍ କରିଥିଲେ । ଏବଂ କିଛି ଲୋକଙ୍କୁ କାନ ଧରି ଉଠବସ୍ କରାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପରବର୍ତ୍ତି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।