ଲିଙ୍ଗରାଜରେ ନିୟୋଜିତ ହେବେ ୩୨ ପ୍ଳାଟୁନ ପୁଲିସ ଫୋର୍ସ
ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ।ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗଙ୍ଗା ଜମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।
ଜାଗର ପାଇଁ ଟ୍ରାଫିକ କଟକଣା ରହିଛି। ଏସଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୁଲିସ। ୫ଜଣ ଆଡସିନାଲ ୧୧ ଏସପି । ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ସେମାନେ ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସାଧାପୋଷାକରେ ପୁଲିସ ମୁତୟନ କରାଯାଇଛି।
ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ଭୁବନେଶ୍ୱରର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।