ପିତୃ ଦୋଷ ଖଣ୍ଡନ ପାଇଁ ‘ମୌନି ଅମାବାସ୍ୟା’

ସାଧାରଣତଃ ପିତୃପକ୍ଷରେ ଯେଉଁ ଅମାବାସ୍ୟା ପଡେ ତାହା ହେଉଛି,ପିତୃପକ୍ଷ ଙ୍କ ଶ୍ରାଦ୍ଧ ପାଇଁ ଉଦ୍ଦିଷ୍ଟ I କିନ୍ତୁ ମାଘମାସରେ ଯେଉଁ ଅମାବାସ୍ୟା ପଡେ ତାହା ପିତୃଦୋଷ ଖଣ୍ଡନ ପାଇଁ ତଥା ପିତୃ ଲୋକଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ପାଳନ କରାଯାଏ I ଏହାକୁ ମୌନି ଅମାବାସ୍ୟା ମଧ୍ୟ କୁହାଯାଏ I ଏହି ବର୍ଷ ମୌନି ଅମାବାସ୍ୟା ୧ ଫେବୃଆରୀ ୨୦୨୨ ରେ ପଡୁ଼ଛି I ଏହି ଦିନ ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ କରନ୍ତୁ କିଛି ଏଇଭଳି ବିଶେଷ ଉପାୟ I

ମୌନି ଅମାବାସ୍ୟା ଦିନ ଅଟା ରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ପିତୃ ଦୋଷ ଦୂର ହୋଇଥାଏ I ଏଥି ସହିତ, ମନୋସ୍କାମନା ମଧ୍ୟ ପୁରାଣ ହୋଇଥାଏ Iମୌନି ଅମାବାସ୍ୟା ଦିନ, ଅଭାବୀ ଲୋକଙ୍କୁ କଳା ତିଳ ର ଲଡୁ , ତିଳ ତେଲ, କଳା କମ୍ବଳ, ଆମଲା ଏବଂ କଳା ପୋଷାକ ଦାନ କରନ୍ତୁ I ଏହା ପିତୃ ଦୋଷ କୁ ଶାନ୍ତ କରେ I ମାଘ ଅମାବାସ୍ୟା ଦିନ ପବିତ୍ର ନଦୀରେ ଗାଧୋଇବା ପରେ କଳା ତିଳ ଦାନ କଲେ ପିତୃ ଗଣ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇଥାନ୍ତି I

ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ, ପୂର୍ବପୁରୁଷମାନଙ୍କୁ ସ୍ମରଣ କରି,ମୌନି ଅମାବାସ୍ୟା ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ I ଏହା ବ୍ୟତୀତ, ଏକ ଲୋଟା ରେ ପାଣିନେଇ ସେଥିରେ ନାଲି ଫୁଲ ଏବଂ କଳା ତିଳ ମିଶାଇ ପିତୃପୁରୁଷଙ୍କୁ ଧ୍ୟାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ I ଏହି ଦିନ, ଯଦି ଅଶ୍ୱସ୍ଥ ଗଛକୁ ଧଳା ରଙ୍ଗର ମିଠା ରେ ଭୋଗ ଲଗାଇ ଗଛକୁ ୧୦୮ ଥର ପରିକ୍ରମା କରାଯାଇଥାଏ I

ଘରେ ଦକ୍ଷିଣ ଦିଗରେ ଏକ ଧଳା ବସ୍ତ୍ର ଉପରେ ଏକ ପିତ୍ତଳ-ତମ୍ବା ର ପିତୃଯନ୍ତ୍ର ପ୍ରତିଷ୍ଠା କରନ୍ତୁ I ଏହା ପରେ ଡାହାଣ ପାର୍ଶ୍ୱରେ ପିତୃପୁରୁଷଙ୍କ ପାଇଁ ରାଶି ତେଲର ଏକ ଦୀପ ଜାଳନ୍ତୁ I ଏକ ପାଣିଭର୍ତି ଲୋଟା ରଖନ୍ତୁ I ଲୋଟା ଉପରେ ଏକ ପ୍ଲେଟ ରେ ଖଣ୍ଡେ ରୁଟି ରଖନ୍ତୁ I କିଛି ସମୟ ପିତୃଙ୍କୁ ଧ୍ୟାନ କରନ୍ତୁ ଏହା ପରେ, ରୋଟିକୁ ଚାରି ଭାଗରେ ବିଭକ୍ତ କରି କୁକୁର, ଗାଈ ଏବଂ କାଉକୁ ଖାଇବାକୁ ଦିଅନ୍ତୁ Iଏହା କରିବାବେଳେ,ସମ୍ପୂର୍ଣ୍ଣ ନିରବ ରୁହନ୍ତୁ I ମୌନି ଅମାବାସ୍ୟାକୁ ଯଦି ଘରେ ପାଳନ କରୁଛନ୍ତି ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରନ୍ତୁ ଇ ଘରେ କୌଣସି ଅଶାନ୍ତି ନ ହେଲେ ଅତି ଭଲ ,ଏହା ଦ୍ୱାରା ପିତୃଗଣ ଶାନ୍ତି ହେବା ସହିତ ଆଶୀର୍ବାଦ ଦେଇଥାନ୍ତି I

Comments (0)
Add Comment