ପୁଅ ର ତଣ୍ଟି କାଟିବା ପରେ ମା’ର ଆତ୍ମହତ୍ୟା

କଟକ : କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା I ପାରିବାରିକ ଅଶାନ୍ତି କୁ ନେଇ ମା’ର ଚରମ ପଦକ୍ଷେପ I ଘରେ କେହି ନଥିବାବେଳେ ୩ ବର୍ଷ ପୁଅକୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଫସି ଦେଇ ଆତ୍ମହତ୍ୟା କରିଛନ୍ତି ମା’ I ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି।

ସୂଚନାନୁସାରେ, ଆତ୍ମହତ୍ୟା କରିଥିବା ମହିଳା ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ଶିଳ୍ପୀ ଖୁଣ୍ଟିଆ । ସ୍ୱାମୀ-ସ୍ତ୍ରୀ ଉଭୟ ପେଶାରେ ଇଞ୍ଜିନିୟର। ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଶିଳ୍ପୀ। ସନ୍ତୋଷ ପ୍ରଥମେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଥିଲା। ତାଙ୍କ ପୁତ୍ରର ନାମ ଶିବାନ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା। ସେଠାରେ ସମସ୍ୟାର ସମାଧାନ ହୋଇଥିଲା। ସାବତ ମା’ ଓ ଛୁଆ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନ ଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି।