ରାଜଧାନୀ ରେ ମା’ପୁଅ ଙ୍କୁ ହତ୍ୟା : ସ୍ୱାମୀ ଅଟକ

ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗନଗରେ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର କେ -୪ ଅଂଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ତେବେ ଏହି ଘଟଣା ସ୍ଥଳରେ କମିଶନ୍‌ରେଟ୍‌ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ କରି ସ୍ୱାମୀ ଅବନ୍ତୀ ବିଜୟ ମଙ୍ଗରାଜଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଥିବା କମିଶନରେଟ୍‌ ଡିସିପି ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି।।
ମୃତ ମହିଳାଙ୍କ ହେଲେ ସ୍ୱର୍ଣ୍ଣଲତା ମଙ୍ଗରାଜ ଓ ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ।ତେବେ ପରେ ତାକୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। କିନ୍ତୁ ଅବନ୍ତୀ କାହିଁକି ଏବଂ କେଉଁ ପରିସ୍ଥିତିରେ ଏ ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ଅବନ୍ତୀକୁ ଅଟକ ରଖାଯାଇଛି ଓ ସେ ମଧ୍ୟ ନିଜ ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି।

Comments (0)
Add Comment