ସାପ କାମୁଡ଼ାରେ ମାଆ ପୁଅ ମୃତ

ଭୁବନେଶ୍ବର: ବିଳମ୍ବିତ ରାତିରେ ସାପ କାମୁଡ଼ାରେ ମା’ ଓ ୭ ବର୍ଷର ପୁଅଙ୍କର ଅଭାବନୀୟ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜଲାଙ୍ଗ ପଞ୍ଚାୟତର କଡମ୍ବାତାଳ ଗ୍ରାମରେ ଗୁରୁବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଲଳିତା ରଇତ (୩୦) ଓ ତାଙ୍କ ୭ ବର୍ଷର ପୁଅ ଅମିତ। ସୌଭାଗ୍ୟବଶତଃ ଘରେ ସାଙ୍ଗରେ ଶୋଇଥିବା ସ୍ୱାମୀ ଅଜୟ କୁମାର ବଡ଼ରଇତ ଓ ଦେଢ଼ ବର୍ଷର କନ୍ୟା ସୁରକ୍ଷିତ ଅଛନ୍ତି। ଖବରରୁ ପ୍ରକାଶ ଯେ, ରାତିରେ ପରିବାର ସଦସ୍ୟ ଶୋଇଥିବା ବେଳେ ଘର ଭିତରେ ଦୁଇଟି ଚିତି ସାପ ପଶି ଲଳିତା ଓ ଅମିତଙ୍କୁ କାମୁଡ଼ି ଦେଇଥିଲେ। ପରିବାର ଲୋକେ ପ୍ରଥମେ ଉଭୟଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।