ଏହି ବର୍ଷ ରାଜ୍ୟରେ ନିଯୁକ୍ତି ପାଇବେ ଦୁଇ ହଜାରରୁ ଅଧିକ ଅଧ୍ୟାପକ

ଆସନ୍ତା ଶିକ୍ଷାବର୍ଷରେ ରାଜ୍ୟର ଜୁନିୟର ଓ କମ୍ପୋଜିଟ କଲେଜ ଗୁଡିକରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ସୂଚନା ଅନୁସାରେ ଚଳିତ ବର୍ଷ ବିଭାଗ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ବୋର୍ଡ ଦ୍ଵାରା ରାଜ୍ୟରେ ୨,୧୦୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ସେଥିମଧ୍ୟରୁ ୯୮୮ ଜଣଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ଦିଆଯିବ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ୭,୧୧୦ଟି ଅଧ୍ୟାପକ ପଦବୀ ମଧ୍ୟରୁ ୧୯୦୩ଟି ପଦବୀ ଖାଲି ପଡ଼ିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆଉ ୨୫୦ଟି ପଦବୀ ଖାଲି ହୋଇ ଏହି ସଂଖ୍ୟା ୨,୧୫୩ରେ ପହଞ୍ଚିବ।

ସେପଟେ ରାଜ୍ୟର ମୋଟ ୩୪ଟି କମ୍ପୋଜିଟ୍ କଲେଜକୁ ମିଶାଇ ଖାଲି ଥିବା ସମସ୍ତ ଅଣ-ଶିକ୍ଷକ ପଦବୀ ଗୁଡିକୁ ୬୦:୪୦ ଅନୁପାତରେ ପୂରଣ କରାଯିବ। ଏହି ପଦବୀ ଗୁଡ଼ିକରୁ ୬୦% ଉଚ୍ଚଶିକ୍ଷା ବିଭାଗ ଓ ୪୦% ଗଣଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।

#TeachersODISHA