ନାଇଜେରିଆ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ରେ ୫୦ ରୁ ଅଧିକ ଲୋକ ଙ୍କ ମୃତ୍ୟୁ

ଆଫ୍ରିକା ମହାଦେଶ ନାଇଜେରିଆ ସ୍ଥିତ ଏକ ଚର୍ଚ୍ଚ ରେ ଭୟଙ୍କର ଗୁଳିକାଣ୍ଡ I ରବିବାର ଦିନ ଦକ୍ଷିଣ-ପଶ୍ଚିମ ନାଇଜେରିଆ ଅଞ୍ଚଳର ଓ଼ୱ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍‌ସିସ୍‌ କ୍ୟାଥୋଲିକ୍‌ ଚର୍ଚ୍ଚ ଉପରେ ଅଜ୍ଞାତ ଆକ୍ରମଣ କାରୀଙ୍କ ଆଖିବୁଜା ଗୁଳିମାଡ଼ ରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଗୁରୁତ୍ତର ହୋଇଛନ୍ତି I ସ୍ଥାନୀୟ ରିପୋର୍ଟ ଅନୁସାରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣ କରି ସେଣ୍ଟ ଫ୍ରାନ୍ସିସ୍ ଚର୍ଚ୍ଚରେ ପ୍ରବେଶ କରିଥିଲେ ତେବେ କେହି କିଛି ବୁଝିବା ଆଗରୁ ଆକ୍ରମଣ କାରି ମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାପରେ ଆକ୍ରମଣକାରୀମାନେ ଚର୍ଚ୍ଚରେ ବିସ୍ଫୋରଣ କରିଥିଲେ। ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକରୀଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ଅଛନ୍ତି ଇ ଆହତ ମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି I ବନ୍ଧୁକଧାରୀମାନେ ଚର୍ଚ୍ଚର ଫାଦରଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଏହି ଆକ୍ରମଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ସନ୍ତୋଷ ଦେଖାଦେଇଛି I ଏହି ନିନ୍ଦନୀୟ ଘଟଣା ପରେ ଟ୍ୱିଟ୍‌ କରି ଓ଼ୱ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । କିନ୍ତୁ କିଏ ଓ କାହିଁକି ଚର୍ଚ୍ଚରେ ଏପରି ନରସଂହାର କଲା, ସେ ବିଷୟରେ କିଛି ବି ଜଣାପଡ଼ିନି।