ଦ୍ଵିତୀୟ ଲହରଠାରୁ ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେଇପାରନ୍ତି : ଏମ୍ସ ଡାକ୍ତରଙ୍କ ଚେତାବନୀ

କରୋନା ଭାଇରସ୍‌ର ତୃତୀୟ ଲହର ହୋଇପାରେ ଭୟଙ୍କର ଇ ଦ୍ଵିତୀୟ ଲହରଠାରୁ ଅଧିକ ଲୋକ ହୋଇପାରନ୍ତି ଆକ୍ରାନ୍ତ I ଏମ୍ସର ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି ।
କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ୱାର୍ଣ୍ଣିଂରେ କହିଥିଲା ଯେ, କୋଭିଡ୍‌-୧୯ର ତୃତୀୟ ଲହର ଇଉରୋପ ଏବଂ କେନ୍ଦ୍ର ଏସିଆରେ ବିଶେଷ ପ୍ରଭାବ ପକାଇବ । ଉକ୍ତ ଅଞ୍ଚଳରରେ ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟ ମାମଲା ରେଜିଷ୍ଟର ହେବ ବୋଲି ଅନୁମାନ କରାଯାଉଛି । ଭାଇରସ୍‌ର ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ ନାହିଁ । ଯାହାଫରେ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ହ୍ରାସ ହେବ । ଟୀକାକରଣର ପ୍ରଭାବରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ।
ଡକ୍ଟର ରାୟ ଉଲ୍ଲେଖ କରିଛନ୍ତି ଯେ ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ୫ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ ହୋଇପାରେ ଏବଂ ଟୀକାକରଣ ହଠାତ୍ ମୃତ୍ୟୁକୁ ରୋକିବାରେ ବିଫଳ ହେବ । ଡ ରାୟ ଆହୁରି କହିଛନ୍ତି ଯେ WHO ବର୍ତ୍ତମାନ ବିଶ୍ୱସନୀୟତା ହରାଉଛି ।

Comments (0)
Add Comment