ମୋର୍ବୀ ଝୁଲାପୋଲ ଦୁର୍ଘଟଣା, ଫରେନ୍‌ସିକ୍ ଯାଞ୍ଚ୍ ରିପୋର୍ଟ ଦାଖଲମୋର୍ବୀ ଝୁଲାପୋଲ ଦୁର୍ଘଟଣା

ମୋର୍ବୀ: ଗୁଜରାଟର ମୋର୍ବୀ ଝୁଲାପୋଲ ଦୁର୍ଘଟଣାର ଫରେନ୍ସିକ୍ ଯାଞ୍ଚ୍ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି । ଏଥିରେ ବଡ଼ ଖୁଲାସା ହୋଇଛି । ଦୁର୍ଘଟଣା ଦିନ ଅକ୍ଟୋବର ୩୦ ତାରିଖରେ ୩,୧୬୫ ଟିକେଟ୍ ବିକ୍ରି ହୋଇଥିଲା । ସେହିପରି ବ୍ରିଜ୍ର କେବଲ୍‌ରେ ଜଙ୍କ ଲାଗିଯାଇଥିବା ବେଳେ ଆଙ୍କର୍ ପିନ୍ ଭାଙ୍ଗି ଯାଇଥିବା ବେଳେ ବୋଲ୍ଡ ଢିଲା ହୋଇଯାଇଥିଲା । ମେଣ୍ଟେନାନ୍ସ ବେଳେ ଏଥିପ୍ରତି ଧ୍ୟାନ ଦିଆଯାଇ ନଥିଲା ବୋଲି ରିପୋର୍ଟରେ କୁହାଯାଇଛି । ମେଟାଲ୍ ଫ୍ଲୋରିଂଠାରୁ ବ୍ରିଜ୍ର ଓଭନ୍ ଅଧିକ ବଢ଼ିଯାଇଥିଲା । ଦୁର୍ଘଯଣାରେ ୧୩୫ ଲୋକ ପ୍ରାଣ ହରାଇଥିଲେ । ଜଣେ ସରକାରୀ ଓକିଲ କୋର୍ଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି ।

Morbi Sahapole accident