ପାଟନା: ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି, ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଆମେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କ ସହ ଅଛୁ।” ସେ ଆହୁରି କହିଛନ୍ତି, “ଆମେ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରିବୁ। ଭାରତର ଆତ୍ମା ଆତଙ୍କବାଦ ଆଗରେ କେବେ ନଇଁବ ନାହିଁ। ଆମେ ସେମାନଙ୍କୁ ପୃଥିବୀର ଯେକୌଣସି ପ୍ରାନ୍ତରେ ଖୋଜି ଦଣ୍ଡିତ କରିବୁ। ଏମିତି ଦଣ୍ଡ ଦିଆଯିବ ସେମାନେ କେବେ କଳ୍ପନା କରିନଥିବେ”।