ଦେଶରେ କମ୍‌ ମାତ୍ରାରେ ଟିକାକରଣ ହୋଇଥିବା ଜିଲ୍ଲା ଗୁଡ଼ିକରେ ସମୀକ୍ଷା କରିବେ ମୋଦି

ଦେଶରେ କମ୍‌ ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ। ବୁଧବାର ଏହି ବୈଠକ ବସିବ। ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି -20 ସମ୍ମିଳନୀ ଏବଂ COP26ରେ ଯୋଗଦେଇ ଫେରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ।
ଏହି ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ କଭରେଜ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ୍‌ ଜିଲ୍ଲାଗୁଡିକ ଅନ୍ତର୍ଭୁକ୍ତ ହେବ। ବିଶେଷ କରି ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ସହ ଆଲୋଚନା କରିବେ ମୋଦି । ଏହି ଅବସରରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।

Comments (0)
Add Comment