୫୫ ରୁ ଅଧିକ ମେଗା ରାଲି କରିବେ ମୋଦୀ !

ନୂଆ ରଣନୀତିରେ ମଇଦାନକୁ ଓହ୍ଲାଇବ ବିଜେପି ! ୧୬୦ ଆସନ ପାଇଁ ବିଜେପି କରିଛି ସ୍ୱତନ୍ତ୍ର ପ୍ଲାନ। ନଡ୍ଡାଙ୍କ ହାତରେ ୮୦ ଓ ଶାହା ହାତରେ ୮୦ ଦାୟିତ୍ୱ । ୨୪ ପାଇଁ ମୋଦୀ କରିବେ ମେଗା ରାଲି ! । ଆଗକୁ ୨୪ ଲୋକସଭା ନିର୍ବାଚନ । ଏହାକୁ କ୍ଷେତ୍ର ପ୍ରସ୍ତୁତି କରୁଛି ବିଜେପି । ୨୪ ନିର୍ବାଚନ ଜିତିବା ପାଇଁ ବିଜେପି ତିଆରି କରିଛି ଏକ ସ୍ୱତନ୍ତ୍ର ପ୍ଲାନ । ଆସନ୍ତା ନିର୍ବାଚନରେ ହରାଇଥିବା । ୧୬୦ ଆସନ ପାଇଁ ବିଜେପି କରିଛି ନୂଆ ରଣନିତୀ । ଏହି ନିର୍ବାଚନ ମଣ୍ଡଳୀ ଗୁଡିକରେ ୪୫ରୁ ୫୫ ମେଗା ରାଲି କରିବେ ମୋଦୀ । ଏନେଇ ଜେପି ନଡ୍ଡା ତିଆରି କରିଛନ୍ତି ରଣନୀତି । ଏହି ରାଲି ପାଇଁ ବିଜେପି ବାଣ୍ଟିଲା ଦାୟିତ୍ୱ ।

ଦାୟିତ୍ୱରେ ଅଛନ୍ତି ସୁନୀଲ ବଂଶଲ , ବିନୋଦ ତିୱାଡି , ତରୁଣ ରଘୁ । ଏହି ଲୋକସଭା ଆସନ ଗୁଡିକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଲଷ୍ଟରରେ ୪ଟି ଆସନ ଥିବା ବେଳେ ଏହି ଆସନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରତିଟି ଭାଗରେ ୮୦ ଟି ଆସନ ରହିଛି । ପ୍ରଥମ ୮୦ ଆସନରେ ପ୍ରଚାର ମଙ୍ଗ ଧରିବେ ନଡ୍ଡା ଓ ଦିତ୍ୱାୟରେ ୮୦ରେ ପ୍ରଚାର ମଙ୍ଗ ଧରିବେ ଶାହା । ବରିଷ୍ଠଙ୍କ ରାଲି ଦ୍ୱାରା ବିଜେପି ଉପରେ ଏହାର ଭଲ ପ୍ରଭାବ ପଡିପାରେ । ତେବେ ତୃତୀୟ ଥର ପାଇଁ ବିଜେପି କ୍ଷମତାକୁ ଫେରିବା ପାଇଁ ଜାରି ରଖିଛି ପ୍ରଚେଷ୍ଟା । ୧୬୦ ଆଶନ ପ୍ରଚାର ଶେଷ ପରେ ଦେଶ ୩୮୩ ଆସନରେ ଆରମ୍ଭ ହେବ ପ୍ରଚାର ।

ଏହି ଆସନ ଗୁଡିକରେ ମୋଦୀ ଓ ବିଜେପିର ବରିଷ୍ଠ ନେତା ମାନେ ମଇଦାନକୁ ଓହ୍ଲାଇବେ । ୨୦୧୯ରୋ ବିଜେପି ଏଠାରେ ୩୦୩ ଆଶନ ହାତେଇଥିଲା । ତେବେ ୨୪ରେ ୪୦୦ ରୁ ଅଧିକ ଆସନ ହାତେଇବା ପାଇଁ ଆଶା ରଖିଛି । ବିଜେପି ଯୋଜନା ଅନୁସାରେ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରସ୍ତୁତି । ୧୬୦କୁ ଗ୍ରସ୍ତ କଲେଣି ବରିଷ୍ଠ ନେତା । ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେତେ କାମ ଦେଇଛି ନଡ୍ଡାଙ୍କ ରଣନୀତି ।