ମୋଦୀ ମମତା ହେବେ ଏକାଠି !

ଫେଲ୍ ମାରିଲା ରାହୁଲଙ୍କ ଭବିଷ୍ୟ ବାଣୀ ! ମୋଦୀ ମମତା ହେବେ ଏକାଠି ! ପଶ୍ଚିମବଙ୍ଗରେ ହେବ ମିଳିତ ସରକାର ଗଠନ! ରାହୁଲ ନୀତିଶ ଚାହିଁ ରହିଲେ ବାଜିମାରି ନେଲେ ମୋଦୀ ! ଟିଏମ୍‌ସିକୁ ନେଇ ଫେଲ୍ ମାରିଲା ରାହୁଲଙ୍କ ଭବିଷ୍ୟ ବାଣୀ । ସରଗରମ ହେଉଛି ରାଜନୀତି । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଦଳୁଛି ପାଣି ପାଗ । କିଏ କେଉଁ ଦଳକୁ ଡେଇଁବ ଆଉ କିଏ କେଉଁ ଦଳ ସହିତ ମେଣ୍ଟ କରିବ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।

ତେବେ ଏହାରି ଭିତରେ ଚର୍ଚ୍ଚାରେ ପଶ୍ଚିମ ବଙ୍ଗ ରାଜନୀତି । ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ମମତା । କେତେବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ମୋଦୀଙ୍କୁ ଟାର୍ଗେଟ ତ ପୁଣି କେବେ ପଶ୍ଚିମବଙ୍ଗ ପାଇଁ ଲଢେଇ । କିନ୍ତୁ ବର୍ତ୍ତମାନ ମମତାଙ୍କ କଂଗ୍ରେସ ପ୍ରତି ଆକ୍ରାମକ ହେବା ଏବଂ ବିରୋଧୀ ମେଣ୍ଟରୁ ଦୂରେଇ ରହିବା ଏକ ପ୍ରକାରର ମୋଦୀଙ୍କୁ ସମର୍ଥନ କରିବା ଆଲୋଚନାକୁ ଆହୁରି ଖୋରାକ ଯୋଗାଉଛି । ତେବେ ଶାହାଙ୍କ ଗ୍ରସ୍ତକୁ ସ୍ୱାଗତ କରିବା ମୋଦୀଙ୍କୁ ସମର୍ଥନ କଲା ପରି ବୟାନ ବାଜିରୁ ଲାଗୁଛି ମେଣ୍ଟ କରିପାରନ୍ତି ମମତା ମୋଦୀ ।

ଅନ୍ୟପଟରେ ରାହୁଲଙ୍କୁ ଲାଗିଛି ବଡ ଝଟକା । ଟିଏମସି ନେଇ କରିଥିବା ଭବିଷ୍ୟବାଣୀରେ ଲାଗିଲା ପୂଣ୍ଣ ର୍ଛେଦ । ତେବେ ଉତ୍ତର – ପୂର୍ବ ନିର୍ବାଚନ ଏହାକୁ ସ୍ପଷ୍ଟ କରିଦେଉଛି । ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେଉଁ ଦଳ କାହା ସହିତ ମେଣ୍ଟ କରିବ ।