ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ମୋଦି ମ୍ୟାଜିକ; ମେଘାଳୟରେ ଫେରିବ ଏନିପି

ଉତ୍ତର ପୂର୍ବାଞ୍ଚଳରେ ୩ ରାଜ୍ୟରେ ବିଧାନସଭା ଜନାଦେଶ । ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ମୋଦି ମ୍ୟାଜିକ । ତ୍ରିୁରାରେ ପୁଣି କ୍ଷମତାକୁ ଫେରିଲା ବିଜେପି। ନାଗାଲାଣ୍ଡରେ ବି ସରକାର ଗଢିବ ବିଜେପି ମେଣ୍ଟ
ମେଘାଳୟରେ ପୁଣି କ୍ଷମତାକୁ ଫେରିବ ଏନିପି । ନାଗାଲାଣ୍ଡରେ କଂଗ୍ରେସର ଶୋଚନୀୟ ସ୍ଥିତି । ଖାତା ଖୋଲି ପାରିଲାନି ହାତ। ସେପଟେ ମେଘାଳୟର ଚିତ୍ର କିନ୍ତୁ ସ୍ପଷ୍ଟ ହୋଇପାରି ନାହିଁ । ଏଠାରେ ମୋଟ ୬୦ଟି ଆସନ ମଧ୍ୟରୁ କଂଗ୍ରେସକୁ ୫ଟି, ଏନପିପିକୁ ୨୫ଟି ବିଜେପିକୁ ୪ଟି ଓ ଅନ୍ୟାନ୍ୟ ଦଳକୁ ୨୫ଟି ଆସନ ମିଳିଛି । ଏଠାରେ କିଏ ସରକାର କରିବ ତାହାକୁ ନେଇ ଏବେଠୁ ରାଜନୀତି ସରଗରମ ହୋଇଛି । କୁହାଯାଉଛି କି ଏନପିପି ଅନ୍ୟାନ୍ୟଦଳମାନଙ୍କର ସହାୟତାରେ ସରକାର ଗଠନ କରିବ ।

ସମ୍ପୂର୍ଣ୍ଣ ସୂଚନା ମୁତାବକ ତ୍ରିପୁରାରେ ଏନଡିଏକୁ ୩୩ଟି ଆସନ, ବାମମେଣ୍ଟକୁ ୧୪ଟି ଓ ଟିପରାମୋଥା ପାର୍ଟିକୁ ୧୩ଟି ଆସନ ମିଳିଛି । ମେଘାଳୟର ମୋଟ ୬୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୫, ଏନପିପି ୨୫, ବିଜେପି ୪ ଓ ଅନ୍ୟାନ୍ୟ ଦଳକୁ ୨୫ଟି ଆସନ ମିଳିଛି । ଅନ୍ୟପଟେ ନାଗାଲାଣ୍ଡର ମୋଟ ୬୦ଟି ଆସନ ମଧ୍ୟରୁ ଏନଡିପିପିକୁ ୩୭ଟିଆସନ, ଏନପିଏଫକୁ ୨ ଓ ଅନ୍ୟାନ୍ୟଦଳମାନଙ୍କୁ ୨୧ଟି ଆସନ ମିଳିଛି ।

ସେହିପରି ମେଘାଳୟ ବିଧାନସଭାରେ ମୋଟ ୫୯ଟି ଆସନ ଥିବାବେ​ଳେ ସରକାର ଗଢିବାକୁ ୩୧ ଆସନ ଆବଶ୍ୟକ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୫ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିଜେପି ମାତ୍ର ୪ଟି ଆସନରେ ବିଜୟ ହାସଲ କରିଛି । ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି । ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ୫ଟି ଆସନରେ ବିଜୟ ହାସଲ କରିଛି । ଯଦି ଏନପିପି ଓ ଟିଏମସି ମେଣ୍ଟ କରନ୍ତି ତେବେ ବି କିଛି ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ ସରକାର ଗଠନ ହୋଇପାରିବ । ସେହିପରି କଂଗ୍ରେସ ବି ୫ଟି ଆସନ ପାଇଛି । ଏଣୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ଟିିଏମସି ମିଶି ଏନପିପିକୁ ସମର୍ଥନ କରିପାରନ୍ତି ।

ଏଣୁ ଉଭୟ ବିଜେପି ଓ ଟିଏମସି ଏନପିପି ସହ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆସାମ ରାଜଧାନୀ ଗୌହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଗୋପନ ଆଲୋଚନା କରିଥିଲେ । ଏଥିରୁ ପୁଣି ବିଜେପି ଏନପିପି ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

ସେପଟେ ସବୁଠାରୁ ବଡକଥା ଦେଖିବାକୁ ମିଳିଛି ନାଗାଲାଣ୍ଡରେ । ଏଠାରେ ୧୯୬୩ ମସିହା ପରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେକାନୀ ଝାଖଲୁ ନାମକ ଜଣେ ମହିଳା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।