ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମଧ୍ୟ ଭାଗ ନେଇଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଅଗଷ୍ଟ ମାସରେ କେନ୍ଦ୍ରରେ ମୋଦୀ ସରକାରର ପତନ ହେବ। ଦେଶରେ ‘ଇଣ୍ଡି’ ମେଣ୍ଟ ସରକାର ଗଠନ ହେବ। ବର୍ତ୍ତମାନର ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଦୁର୍ବଳ ଅଛି। ସେମାନଙ୍କର କାର୍ଯ୍ୟକାଳ ପୂରଣ କରିବାକୁ ସମର୍ଥ ହୋଇନପାରନ୍ତି। ଲାଲୁ ଯାଦବ କହିଛନ୍ତି ଯେ, ଆଜି ଦଳର ୨୮ ତମ ପ୍ରତିଷ୍ଠା ଦିବସ। ଆରଜେଡି ର ଜନ୍ମ ଦିଲ୍ଲୀର ବିହାର ଭବନରେ ହୋଇଥିଲା। ସେହି ସମୟରେ ଦଳର ନାମ କ’ଣ ହେବ, ତାହାକୁ ନେଇ ମନ୍ଥନ କରିଥିଲୁ ଏବଂ ପରେ ସମସ୍ତେ ‘ରାଷ୍ଟ୍ରୀୟ ଜନତା ଦଳ’ ଭାବେ ସ୍ବୀକୃତି ମିଳିଥିଲା। ଆମ ଦଳ ଅନେକ ପ୍ରଧାନମନ୍ତ୍ରୀ ମଧ୍ୟ କରିଛନ୍ତି। ଅନେକ ଲୋକଙ୍କୁ ସମର୍ଥନ ଦେଇଛି। ଆରଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ସମସ୍ତ ଦଳର କର୍ମୀଙ୍କୁ ପ୍ରସ୍ତୁତ ହେବାକୁ ନିବେଦନ କରିଛନ୍ତି, କାରଣ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ। ଦିଲ୍ଲୀରେ ମୋଦୀ ସରକାର ବହୁତ ଦୁର୍ବଳ। ଆମେ ବର୍ତ୍ତମାନ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁ। ବର୍ତ୍ତମାନ ତେଜସ୍ୱୀ ଯାଦବ ଆରଜେଡିର ନେତୃତ୍ଵ ନେବେ।