୨୦୨୪ରେ ପୁଣିଥରେ ମୋଦି ସରକାର ଟାଇମସ ନାଓ ସର୍ଭେ ଓପିନିୟନ ପୋଲ୍ ।

ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତେବେ ଦେଶରେ କିଏ ଗଢ଼ିବ ସରକାର? ଏନଡିଏ ନା ଇଣ୍ଡିଆ ମେଣ୍ଟ ? କାହାକୁ ମିଳିବ କେତେ ଆସନ? ନିର୍ବାଚନକୁ ଆହୁରି ୮ ମାସ ବାକି ଥିବାବେଳେ ଆସିଛି ଜନମତ ସର୍ଭେ ରିପୋର୍ଟ । ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ମିଳିବ ୨୯୬ରୁ ୩୨୬ଟି ଆସନ ମିଳିପାରେ । ବିରୋଧୀ ମେଂଟକୁ ୧୬୦ରୁ ୧୯୦ଟି ଆସନ ମିଳିପାରେ । ଅର୍ଥାତ ତୃତୀୟ ଥର ପାଇଁ ପୁଣି ଥରେ ଏନଡିଏ ମେଂଟ ବହୁମତ ପାଇ କ୍ଷମତାକୁ ଫେରିବ । କେନ୍ଦ୍ରରେ ପୁଣି ମୋଦି ସରକାର ଗଢ଼ିବେ ।

ଏନଡିଏକୁ ବହୁମତ ମିଳିବା ନେଇ ଜନମତ ସର୍ଭେରୁ ଜଣାପଡିଥିଲେ ବି ୨୦୧୯ ଆସନ ଅନୁସାରେ ୨୦୨୪ରେ କମ୍ ଆସନ ମିଳିବ । କାରଣ ୨୦୧୯ ନିର୍ବାଚନରେ ଏନଡିଏକୁ ୩୫୩ଟି ଆସନ ମିଳିଥିଲା । ସେହିପରି ବିରୋଧୀ ମେଂଟକୁ ପୂର୍ବ ତୁଳନାରେ ଅଧିକ ଆସନ ମିଳିଲେ ବି ବହୁମତଠାରୁ ବହୁ ଦୂରରେ ରହିବ ।

ଜନମତ ସର୍ଭେରୁ ଜଣାପଡୁଛିି ଓଡିଶାରେ ୨୦୧୯ ଲୋକସଭା କ୍ଷେତ୍ର ଫଳାଫଳକୁ ଦୋହରାଇ ପାରେ ବିଜୁ ଜନତା ଦଳ । ସର୍ଭେ ରିପୋର୍ଟ ଅନୁସାରେ ବିଜେଡିକୁ ୧୨ରୁ ୧୪ଟି ଲୋକସଭା ଆସନ ମିଳିପାରେ । ସେହିପରି ବିଜେପି ଖାତାକୁ ଯାଇପାରେ ୭ରୁ ୮ଟି ଆସନ । କିନ୍ତୁ କଂଗ୍ରେସକୁ ଲାଗିପାରେ ଝଟକା । ତେବେ ବିଜେଡି ଓ ବିଜେପି ନେତା କହିଛନ୍ତି ସର୍ଭେ ରିପୋର୍ଟଠାରୁ ତାଙ୍କ ଦଳ ଆହୁରି ଭଲ ପ୍ରଦର୍ଶନ କରିବ । କଂଗ୍ରେସ ନେତା କହିଛନ୍ତି, ଓପିନିୟନ ପୋଲ ଏଗଜାଟ ପୋଲ ନୁହେଁ ।

ସାଧାରଣ ନିର୍ବାଚନକୁ ଆହୁରି ୮ମାସ ବାକି ଅଛି । ସେପଟେ ୩ ମାସ ପରେ ହିନ୍ଦୀ ହାର୍ଟଲାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ମୋଟ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଜନମତ ସର୍ଭେର ଆକଳନ କେତେ ସତ ହେଉଛି, ତାହା ୫ଟି ରାଜ୍ୟର ଫଳାଫଳରୁ ହିଁ ବଡ ସଂକେତ ମିଳିବ ।