ଟାଇମ ମ୍ୟାଗାଜି ସର୍ବେକ୍ଷଣ ରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ମୋଦି ,ଦିଦି ଓ ପୁନାୱାଲା

ଟାଇମ ମ୍ୟାଗାଜିନ ପକ୍ଷରୁ ଏକ ସର୍ବେକ୍ଷଣ ରୁ ଜଣାଯାଇଛି ଯେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ମମତା ବାନାର୍ଜୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟାଇମ ମ୍ୟାଗାଜିନର ଏହି ୧୦୦ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ତାଲିକାରେ ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ନାଁ ମଧ୍ୟ ରହିଛି।
ବୁଧବାର ଟାଇମ ମ୍ୟାଗଜିନ ୨୦୨୧ ବର୍ଷ ପାଇଁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ସାର୍ବଜନୀନ କରିଛି। ଏହି ତାଲିକାକୁ ଆଇକନ, ପାଓନିୟର୍ସ, ଟାଇଟନ୍ସ, ଆର୍ଟିଷ୍ଟ, ଲିଡର୍ସ ଓ ଇନୋଭେଟର୍ସ ଭଳି ୬ଟି ବର୍ଗରେ ବିଭକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଫାଇଲରେ ସିଏନଏନ୍ ସାମ୍ବାଦିକ ଫରୀଦ ଜାକାରିଆ ଲେଖିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ୩ ଜଣ ଗୁରୁତ୍ୱପୂର୍ଣ୍ଣ ନେତା ପାଇଛି। ସେମାନେ ହେଲେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ତୃତୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ଯେଉଁମାନେ ଭାରତ ର ରାଜନୀତିରେ ନିଜର ଦବଦବା ଦେଖାଇଛନ୍ତି I
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋଫାଇଲରେ ତାଙ୍କୁ ଭାରତୀୟ ରାଜନୀତିର ସାହସୀକତାର ଚେହେରା ଭାବେ ବର୍ଣ୍ଣନା କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ମମତା ବାନାର୍ଜୀ ହିଁ ସଂପୂର୍ଣ୍ଣ ଦଳ। ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ମମତା ସମସ୍ତଙ୍କ ଠାରୁ ଭିନ୍ନ ବୋଲି ଉଲ୍ଲେଖ କରାଯାଇଛି।
ମହାମାରୀ କରୋନା ବିରୋଧରେ ସେରମ ସମସ୍ତଙ୍କୁ କରୋନା ଟିକା ପହଞ୍ଚାଇଥିବାରୁ ତାଙ୍କୁ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନ ଦେଇଛି।
ଏହା ବ୍ୟତୀତ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହ୍ୟାରିସ, ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ହ୍ୟାରୀ ଓ ମେଘନା , ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନ୍ନେଟ୍ଟ, ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୟ, ଆମେରିକାନ ରାଜନେତା ଲିଜ୍‌ ଚେନେୟ, ଟିଭି ଉପସ୍ଥାପକ ଟକର କାର୍ଲସନ ଓ ଟେଲସା ସିଇଓ ଇଲୋନ ମସ୍କଙ୍କ ନାଁ ରହିଥିବାବେଳେ କ୍ରୀଡ଼ା ଓ ମନୋରଞ୍ଜନ ଜଗତ ରୁ ଜାପାନିଜ ଟେନିସ ଖେଳାଳି ନାଓମି ଓସାକା, ଆମେରିକା ଫୁଟବଲର ଟମ ବ୍ରାଡୀ, ପପ ଷ୍ଟାର ବ୍ରିଟନେୟ ସ୍ପିୟର୍ସ, ସିଙ୍ଗର ଡୋଲୀ ପାର୍ଟୋନ, ଫ୍ୟାଶନ ଡିଜାଇନର ଏ ଜେମ୍ସ, ଅଭିନେତ୍ରୀ କେଟ ୱିକ୍ସଲେଟ, ଜାନସନ ସୁଡେକିସ, ଏସ୍‌ ଜନସନ ଏବଂ ଓମାର ଶୟ ରହିଛନ୍ତି।

Comments (0)
Add Comment