ଖୁସି ନଥିବାରୁ ଆତ୍ମହତ୍ୟା କଲେ ମଡେଲ୍‌

ମୁମ୍ବାଇ: ବାହାରୁ ସୁନ୍ଦର ଓ ଚକମକ କରୁଥିବା ଗ୍ଲାମର ଦୁନିଆରେ ନାମ କମାଇବା ଯେ, କେତେ କଷ୍ଟ ତାହାର ଝଲକ ଦେଖିବାକୁ ମିଳିଛି ।ସ୍ୱପ୍ନର ନଗରୀ ମୁମ୍ବାଇର ଗ୍ଲାମର ଦୁନିଆରେ ନିଜ ନାମ କମାଇବାକୁ ଆସିଥିବା ଜଣେ ୩୦ ବର୍ଷୀୟ ମଡେଲ୍‌ ନିଜ ସ୍ୱପ୍ନକୁ ପୂରଣ କରିପାରି ନାହାନ୍ତି । ଶେଷରେ ହାରି ଯାଇ ଆତ୍ମହତ୍ୟା ଭଳି ଚରମ ପଥକୁ ସେ ବାଛିଛନ୍ତି । ଆଉ ସୁଇସାଇଟ୍‌ ନୋଟ୍‌ରେ ଲେଖିଯାଇଛନ୍ତି ନିଜ ଯନ୍ତ୍ରଣାମୟ ଜୀବନର କାହାଣୀକୁ ।

ଲୋଖଣ୍ଡୱାଲା ଯମୁନା ନଗର ସୋଟାଇଟିରେ ରହୁଥିବା ମଡେଲ ଆକାଂକ୍ଷା ମୋହନ ଜଣେ ଭଲ ମଡେଲ ହେବାକୁ ସ୍ୱପ୍ନ ଦେଖିଥିଲେ । ମୁମ୍ବାଇ ସହରରେ ନିଜ କ୍ୟାରିଅର କରିବାକୁ ଆସିଥିବା ଆକାଂକ୍ଷା ଅନ୍ଧେରୀର ଏକ ହୋଟେଲରେ ରହୁଥିଲେ । ବୁଧବାର ସେ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ । ଏହାପରେ ଖାଇବାକୁ ଅର୍ଡର ମଧ୍ୟ କରିଥିଲେ । ତାପର ଦିନ ସକାଳେ େୱଟର ଆସି କବାଟ ବାଡେଇବାରୁ କେହି ବି କିଛି ଜବାବ ଦେଇନଥିଲେ । ଫଳରେ ହୋଟେଲ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ମାଷ୍ଟର ଚାବିରେ କବାଟ ଖୋଲିବାରୁ ମଡେଲ ପଙ୍ଖାରେ ଝୁଲିଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେଡ୍‌ ଉପରୁ ହାତ ଲେଖା ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି ।

ସେଥିରେ ସେ ନିଜ ପରିବାର,ବନ୍ଧୁ ଓ ପ୍ରିୟଜନଙ୍କୁ କ୍ଷମା ମାଗିଛନ୍ତି । ଆଉ ଲେଖିଛନ୍ତି, କ୍ଷମା କରିବେ, ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । କାହାକୁ ହଇରାଣ କରିବେ ନାହିଁ । ମୁଁ ଖୁସି ନଥିଲି । ମୋତେ ଶାନ୍ତି ଦରକାର ବାସ୍‌ ।
ତେବେ ମଡେଲଙ୍କ ଆତ୍ମହତ୍ୟାର ଏବେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Akanksha MohanModel Ends Life by Hanging Herself in Hotel RoomMumbai News